• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଏକାଦଶ ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ ଭାରତୀୟ ଆଞ୍ଚଳିକ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ସୁରମା ପାଢ଼ୀ

FNN WEB by FNN WEB
September 12, 2025
in ଓଡ଼ିଶା, ମୁଖ୍ୟ ଖବର
0
ଏକାଦଶ ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ ଭାରତୀୟ ଆଞ୍ଚଳିକ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ସୁରମା ପାଢ଼ୀ
0
SHARES
2
VIEWS

ବିତର୍କ ଓ ଆଲୋଚନା ହେଉଛି ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳମନ୍ତ୍ର: ବାଚସ୍ପତି

ଭୁବନେଶ୍ୱର: କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆୟୋଜିତ ଏକାଦଶ ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ ଭାରତୀୟ ଆଞ୍ଚଳିକ ସମ୍ମିଳନୀରେ ଯୋଗଦେଇ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ‘ବିଧାନସଭା ଗୃହରେ ବିତର୍କ ଓ ଆଲୋଚନା: ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସଭାଜନରେ ସହାୟକ’ ଶୀର୍ଷକ ଆଲୋଚନାରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଛନ୍ତି । ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ ବିଧାନସଭା ହେଉଛି ଗଣତନ୍ତ୍ରର କେନ୍ଦ୍ର, ପବିତ୍ର ସ୍ଥାନ, ଯେଉଁଠାରେ ଜନସାଧାରଣଙ୍କ ଆଶା, ଆକାଂକ୍ଷା ଓ ସମସ୍ୟାର ସମାଧାନ ଓ ଏହାର ନିରାକରଣ ସମ୍ଭବ ହୋଇଥାଏ । ବିତର୍କ ମାଧ୍ୟମରେ ସହମତି ପ୍ରକାଶ ପାଏ, ସଂଶୋଧନ ହୁଏ ଓ ଏଠାରେ ସାଧାରଣ ଲୋକଙ୍କର ସ୍ୱର ପ୍ରତିଫଳିତ ହୁଏ । ସଂସଦୀୟ ପରମ୍ପରାରେ ବିତର୍କ ଓ ଆଲୋଚନା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ଏହା ହେଉଛି ଗଣତନ୍ତ୍ରର ଜୀବନରେଖା। ଜନପ୍ରତିନିଧିମାନଙ୍କର ଉତ୍ତରଦାୟିତ୍ୱବୋଧ ଏଥିରେ ପ୍ରତିଫଳିତ ହୋଇଥାଏ । ବାଚସ୍ପତି ଶ୍ରୀମତୀ ପାଢ଼ୀ ପୁଣି କହିଛନ୍ତି ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ବିଧାନସଭାରେ ବିଭିନ୍ନ ବିଷୟରେ ଦୀର୍ଘ ସମୟ ଧରି ବିତର୍କ ହୋଇଛି । ୨୦୦୩ ମସିହାରେ ଓଡ଼ିଶା ସହରାଞ୍ଚଳ ପୋଲିସ ବିଲ୍‌ ଉପରେ ୬ ଘଣ୍ଟା ଧରି ଆଲୋଚନା ହୋଇଥିବାବେଳେ ଏହି ନିକଟରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ୨୦୨୪ ଉପରେ ରାତିସାରା ବିତର୍କ ଜାରି ରହିଥିଲା । ଏହି ବିତର୍କଗୁଡ଼ିକ ଆମର ଭାବପ୍ରବଣତା ସହିତ ବିଷୟର ଗମ୍ଭିରତା ଏବଂ ନିଷ୍ପତ୍ତିରେ ପହଞ୍ଚିବା ପୂର୍ବରୁ ଧୈର୍ଯ୍ୟର ସହ ଚିନ୍ତନର ପ୍ରତିଶ୍ରୁତିବଦ୍ଧତାକୁ ପ୍ରମାଣିତ କରିଥାଏ । ଓଡ଼ିଶା ଚଳିତ ବିଧାନସଭାରେ ୬୨ଟି ବୈଠକ ଦିବସ ପରିଚାଳନା କରିବାର ରେକର୍ଡ ମଧ୍ୟ ସ୍ଥାପନ କରିଛି, ଯାହାକି ଜାତୀୟ ହାରଠାରୁ ବହୁତ ଅଧିକ ।

୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ତିନିଦିନିଆ ସମ୍ମିଳନୀରେ ଲୋକସଭାର ବାଚସ୍ପତି ଶ୍ର ଓମ୍‌ ବିର୍ଲା, ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ସିଦ୍ଧରମେୟା, ବାଚସ୍ପତି ଶ୍ରୀ ୟୁ. ଟି, ଖାଦେର ଫରିଦ୍‌, ବିଭିନ୍ନ ରାଜ୍ୟର ବାଚସ୍ପତି ଓ ଉପବାଚସ୍ପତି ଯୋଗଦେଇଛନ୍ତି । ଲୋକସଭା ବାଚସ୍ପତି ଶ୍ରୀ ବିର୍ଲା ସମ୍ମିଳନୀ ଅବସରରେ ଅନୁଷ୍ଠିତ ବିଭିନ୍ନ ଅଧିବେଶନରେ ଅଧ୍ୟକ୍ଷତା କରିବା ପାଇଁ ୫ଟି ରାଜ୍ୟର ବାଚସ୍ପତିଙ୍କୁ ମନୋନୀତ କରିଥିବାବେଳେ ସେଥି ମଧ୍ୟରେ ଓଡ଼ିଶାର ବାଚସ୍ପତି ଶ୍ରୀମତୀ ପାଢ଼ୀ ସ୍ଥାନୀତ ହେବା ଓଡ଼ିଶା ପାଇଁ ଗୌରବର ବିଷୟ । ସମ୍ମିଳନୀରେ ଅଂଶଗ୍ରହଣ କରି ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ କହିଛନ୍ତି ଯେ ବିଧାନସଭା ଭିତରେ ଅର୍ଥପୂର୍ଣ୍ଣ ବିତର୍କ ଏବଂ ଆଲୋଚନା ମାଧ୍ୟମରେ ଗଣତନ୍ତ୍ର ଶକ୍ତିଶାଳୀ ହୁଏ । ଆମର ଗୃହ ହେଉଛି ଗଣତନ୍ତ୍ରର ମନ୍ଦିର । ବିଧାନସଭାର ପ୍ରକୃତ ଶକ୍ତି ବିଚାରବିମର୍ଶର ଗୁଣବତ୍ତା ଏବଂ ମର୍ଯ୍ୟାଦା ଉପରେ ପର୍ଯ୍ୟବେଶିତ । ଆମେ ସବୁବେଳେ ଏହା ଉପରେ ଗୁରୁତ୍ୱ ଦେବା ଉଚିତ ଯେ ଆମର ଅଧିକାର ଲୋକଙ୍କଠାରୁ ଆସିଥାଏ, ସେମାନଙ୍କର ବିଶ୍ୱାସ ସର୍ବଦା ଆମର ବିତର୍କକୁ ମାର୍ଗଦର୍ଶନ କରିବା ଉଚିତ । ଏଠାରେ ସୂଚନାଯୋଗ୍ୟ ଯେ ଗତମାସ ୨୯ ଓ ୩୦ ତାରିଖରେ ଭୁବନେଶ୍ୱରଠାରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କର ଦୁଇଦିନିଆ ଜାତୀୟ ସମ୍ମିଳନୀ ସଫଳତାର ସହିତ ଆୟୋଜିତ ହୋଇଥିଲା । ଲୋକସଭାର ବାଚସ୍ପତି, ରାଜ୍ୟସଭାର ଉପାଧ୍ୟକ୍ଷ ଓ ସମସ୍ତ ରାଜ୍ୟର ବାଚସ୍ପତିମାନେ ଏହି ଆୟୋଜନର ସଫଳତା ନେଇ ସନ୍ତୋଷ ପ୍ରକାଶ କରିଥିଲେ । ଏହି ସମ୍ମିଳନୀ ଅବସରରେ ଅତିଥିମାନଙ୍କୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ, କୋଣାର୍କ, ଜନଜାତି ସଂଗ୍ରହାଳୟ ଆଦି ବୁଲାଇ ଦେଖାଇବାର ବ୍ୟବସ୍ଥା କରାଯାଇଥିଲା । ଓଡ଼ିଶାର ଆତିଥ୍ୟତାକୁ ସମସ୍ତେ ଭୂୟସୀ ପ୍ରଶଂସା କରିଛନ୍ତି । ଏହି ସମ୍ମିଳନୀରେ ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ମଧ୍ୟ ଯୋଗଦେଇଛନ୍ତି ।

Previous Post

ସାର ପ୍ରସଙ୍ଗରେ ୧୭ରେ ରାଜଭବନ ଘେରିବ ବିଜେଡି

Next Post

ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳରେ ରାଜଭାଷା ସପ୍ତାହ ଆୟୋଜିତ

FNN WEB

FNN WEB

Next Post
ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳରେ ରାଜଭାଷା ସପ୍ତାହ ଆୟୋଜିତ

ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳରେ ରାଜଭାଷା ସପ୍ତାହ ଆୟୋଜିତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.