• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ସାର ପ୍ରସଙ୍ଗରେ ୧୭ରେ ରାଜଭବନ ଘେରିବ ବିଜେଡି

FNN WEB by FNN WEB
September 12, 2025
in ଓଡ଼ିଶା, ମୁଖ୍ୟ ଖବର
0
ସାର ପ୍ରସଙ୍ଗରେ ୧୭ରେ ରାଜଭବନ ଘେରିବ ବିଜେଡି
0
SHARES
2
VIEWS

ଭୁବନେଶ୍ୱର : ସାର ଅଭାବକୁ ନେଇ ରାଜ୍ୟର କୃଷକ ସମାଜ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ରାଜ୍ୟରେ ପର୍ୟ୍ୟାପ୍ତ ପରିମାଣରେ ସାର ମହଜୁଦ ରହିଛି ବୋଲି ରାଜ୍ୟ ସରକାର ବାରମ୍ବାର ଦାବିକୁ ସମାଲୋଚନା କରି ସମବାୟ ବିଭାଗର ତଥ୍ୟ ଗଣମାଧ୍ୟମ ଆଗରେ ପ୍ରସ୍ତୁତ କରି ରାଜ୍ୟରେ ସାର ନିଅଣ୍ଟ ଥିବାର ପ୍ରମାଣ ଦେଇଛି ବିଜେଡି। ଏହାଛଡା, ସାର ସମସ୍ୟାର ତୁରନ୍ତ ସମାଧାନ ଦାବିରେ, ଆସନ୍ତା ୧୭ ତାରିଖରେ, ବିଜେଡି ରାଜଭଵନ ସମ୍ମୁଖରେ ଧାରଣା ଦେବ ବୋଲି ସୂଚନା ଦେଇଛି।

ଶଙ୍ଖ ଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ଉପସଭାପତି ସଞ୍ଜୟ ଦାସବର୍ମା ଓ ବିଧାୟକ ତଥା ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସାର ଯୋଗାଣକୁ ବ୍ୟବସ୍ଥିତ କରିବା ଓ ସାରର କଳାବଜାରୀ ରୋକିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଶ୍ରୀ ଦାସବର୍ମା କହିଥିଲେ, ସାର ନିଅଣ୍ଟ ସ୍ଥିତି ଯୋଗୁ କୃଷକ ମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜରାସ୍ତାକୁ ଓହ୍ଲାଉଛନ୍ତି। ଗତ କାଲି ରାଜ୍ୟର ମୁଖ୍ୟମନ୍ତ୍ରୀ ସାର ସମସ୍ୟା ଉପରେ ସମୀକ୍ଷା କରିବା ପରେ ରାଜ୍ୟରେ ଆବଶ୍ୟକ ପରିମାଣର ସାର ମହଜୁଦ ରହିଛି ବୋଲି କହିଥିଲେ। ପୂର୍ବରୁ ମଧ୍ୟ ସେ ସମୀକ୍ଷା କରିବା ପରେ ସାର ମହଜୁଦ ଥିବା କଥା କହିଥିଲେ। କିନ୍ତୁ, ସାର ନମିଳିବା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ କୃଷକମାନେ ରାଜରାସ୍ତାରେ ଆନ୍ଦୋଳନ କରିବା ଖବର ବିଭିନ୍ନ ଗଣମାଧ୍ୟମରେ ନିୟମିତ ଭାବରେ ପ୍ରକାଶ ପାଇ ଆସୁଛି। ସରକାର ସମସ୍ୟାର ସମାଧାନ ନକରି କେବଳ ସମୀକ୍ଷା ନାଁରେ ସାରର ଅଭାବ ନାହିଁ ବୋଲି ମିଥ୍ୟା ଦାବି କରୁଛନ୍ତି।

ଶ୍ରୀ ଦାସବର୍ମା କହିଥିଲେ, ସମବାୟ ବିଭାଗରେ, ସାରର ସ୍ଥିତି ଓ ବଣ୍ଟନ ପ୍ରକ୍ରିୟାକୁ ନେଇ ନିକଟରେ ହୋଇଥିବା ଏକ ସମୀକ୍ଷା ବୈଠକରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ସରକାରଙ୍କ ପାଖରେ ପର୍ୟ୍ୟାପ୍ତ ପରିମାଣରେ ସାର ମହଜୁଦ ଦାବି ଏକ ପ୍ରହସନ ବୋଲି ସ୍ପଷ୍ଟ ପ୍ରମାଣିତ ହେଉଛି। ଏହି ବୈଠକରେ ଆସିଥିବା ତଥ୍ୟ ଅନୁଯାୟୀ, ଗଞ୍ଜାମ ଜିଲାରେ ୧୯, ୫୬୧ ମେଟ୍ରିକ ଟନ ସାର ପାଇଁ ଇଣ୍ଡେଣ୍ଟ ଦେଇଥିଲା ବେଳେ, ସରକାରଙ୍କ ତରଫରୁ ମାତ୍ର ୧୦, ୬୪୦ ମେଟ୍ରିକ ଟନ ସାର ପ୍ରଦାନ କରାଯାଇଛି। ଭଦ୍ରକ ଜିଲ୍ଲାରେ ୬୧୮୮ ମେଟ୍ରିକ ଟନ ସାର ମାଗିଥିବା ବେଳେ ତାଙ୍କୁ ମାତ୍ର ୮୬୩ ମେଟ୍ରିକ ଟନ ସାର ମିଳିଛି। ବାଲେଶ୍ୱର ଜିଲ୍ଲାରେ ୨୬୦୦ ମେଟ୍ରିକ ଟନ ସାର ଆବଶ୍ୟକତା ଥିଲା ବେଳେ ତାଙ୍କୁ ମାତ୍ର ୯୦୦ ମେଟ୍ରିକ ଟନ ସାର ମିଳିଛି। ସେହିପରି ଅନୁଗୁଳ ଜିଲ୍ଲାରେ ୮୧୦୦ ମେଟ୍ରିକ ଟନ ସାର ଆବଶ୍ୟକତା ଥିଲା ବେଳେ, ତାଙ୍କୁ ୪୯୫୪ ମେଟ୍ରିକ ଟନ ସାର ମିଳିଛି। ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାର ସାର ସ୍ଥିତି ଅତ୍ୟାବଶ୍ୟକୀୟ ପରିମାଣ ଠାରୁ ବହୁତ କମ ପରିମାଣର ସାର ମିଳି ପାରିଛି। ଦୁଃଖ ଓ ପରିତାପର ବିଷୟ ଯେ ସରକାର ସ୍ଥିତିକୁ ସାମ୍ନା କରିବା ପରିବର୍ତ୍ତେ ମିଥ୍ୟା ଦାବି ମାଧ୍ୟମରେ ରାଜ୍ୟର କୃଷକ ସମାଜକୁ ଭୁଆଁ ବୁଲାଉଛନ୍ତି। ଏହାଛଡା, ସାର ଯୋଗାଉଥିବା କମ୍ପାନୀ ମାନେ ରାଜ୍ୟକୁ ସାର ଯୋଗାଇବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି, ଯେଉଁଥିପାଇଁ ସମସ୍ୟା ଅଧିକ ଗମ୍ଭୀର ହୋଇଛି।

ପ୍ରମିଳା ମଲ୍ଲିକ କହିଥିଲେ, ରାଜ୍ୟର ୭୦ ପ୍ରତିଶତ ଲୋକଙ୍କ ଜୀବିକା କୃଷି ଉପରେ ନିର୍ଭର କରେ। ସରକାରଙ୍କ ବେପରୁଆ ମନୋଭାବ ଯୋଗୁ ସାରର ନିଅଣ୍ଟ ସ୍ଥିତି ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀକୁ ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। କିନ୍ତୁ, କୌଣସି ସମାଧାନର ରାସ୍ତା ବାହାରି ନାହିଁ। ପ୍ରାୟ ସାତ ବର୍ଷ ପୂର୍ବେ, କେନ୍ଦ୍ର ସରକାରଙ୍କ ଦ୍ୱାରା ତାଳଚେର ସାର କାରଖାନା କାର୍ୟ୍ୟ ଆରମ୍ଭ ହୋଇଥିଲା ଓ ଏହି କାରଖାନା ୩୬ ମାସରେ କାର୍ୟ୍ୟକ୍ଷମ ହେବ ବୋଲି କୁହାଯାଇଥିଲା। କିନ୍ତୁ, ସାତ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ସାର କାରଖାନା କାର୍ୟ୍ୟକ୍ଷମ ହୋଇନାହିଁ। କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତା ହାସଲ କରିବା ବିଜେପିର କାମ। ତେଣୁ, ରାଜ୍ୟର କୃଷକ ସମାଜର ସ୍ୱାର୍ଥରକ୍ଷା ପାଇଁ ବିଜୁ ଜନତା ଦଳ ସ୍ୱର ଉତ୍ତୋଳନ କରିବ। ସାର ସମସ୍ୟାର ତୁରନ୍ତ ସମାଧାନ ଦାବିରେ, ଆଗାମୀ ୧୭ ତାରିଖରେ, ବିଜୁ ଜନତା ଦଳ ତରଫରୁ ରାଜଭଵନ ସମ୍ମୁଖରେ ଧାରଣା ଦେବ। ଯଦି ସାର ସମସ୍ୟା ଲାଗି ରହେ, ରାଜ୍ୟର ପ୍ରତି ବ୍ଲକରେ ବିଜେଡି ଆନ୍ଦୋଳନ କରିବ।

Previous Post

ନାଲକୋ ଫାଉଣ୍ଡେସନ ଏବଂ ଏସଡିଆଇ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

Next Post

ଏକାଦଶ ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ ଭାରତୀୟ ଆଞ୍ଚଳିକ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ସୁରମା ପାଢ଼ୀ

FNN WEB

FNN WEB

Next Post
ଏକାଦଶ ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ ଭାରତୀୟ ଆଞ୍ଚଳିକ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ସୁରମା ପାଢ଼ୀ

ଏକାଦଶ ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ ଭାରତୀୟ ଆଞ୍ଚଳିକ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ସୁରମା ପାଢ଼ୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.