• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଆରମ୍ଭ ହେଲା ‘ଆମ ସାଥୀ ୟୁନିଫାଏଡ ହ୍ବାଟ୍‌ସଅପ୍’: ମିଳିବ ୧୨୦ରୁ ଅଧିକ ସେବା

FNN WEB by FNN WEB
September 26, 2025
in ଓଡ଼ିଶା, ମୁଖ୍ୟ ଖବର
0
ଆରମ୍ଭ ହେଲା ‘ଆମ ସାଥୀ ୟୁନିଫାଏଡ ହ୍ବାଟ୍‌ସଅପ୍’: ମିଳିବ ୧୨୦ରୁ ଅଧିକ ସେବା
0
SHARES
1
VIEWS

ଭୁବନେଶ୍ୱର: କେବଳ ହ୍ୱାଟସଅପରେ ମେସେଜ୍ ପଠାଇ ୧୨୦ରୁ ଅଧିକ ସରକାରୀ ସେବା ହାତପାଆନ୍ତାରେ ପାଇପାରିବେ । ଏଥିପାଇଁ ଆଉ ସରକାରୀ ଅଫିସ କି ଜନସେବା କେନ୍ଦ୍ରକୁ ଯିବାକୁ ପଡ଼ିବ ନାହିଁ କିମ୍ବା ହାତଗୁଞ୍ଜା ବି ଦେବାକୁ ପଡ଼ିବ ନାହିଁ । ଏପରିକି ସେବା ପ୍ରଦାନରେ ଅବହେଳା ଓ ବିଳମ୍ବ ହେଲେ ସମ୍ପୃକ୍ତ ସରକାରୀ ଅଫିସରଙ୍କ ବିରୁଦ୍ଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜଣାପଡ଼ିଛି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ଲୋକସେବା ଭବନରେ ‘ଆମ ସାଥୀ’ ନାମକ ହ୍ୱାଟସଅପ ଚାଟବଟ୍ ଓ ଓଡ଼ିଶା ରାଇଟ ଟୁ ପବ୍ଲିକ ସର୍ଭିସେସ ଆକ୍ଟ ସେଂଟ୍ରାଲ ମନିଟରିଂ ସିଷ୍ଟମ-୨ ଡାସବୋର୍ଡର ଲୋକାର୍ପଣ କରିଛନ୍ତି । ଏହି ପ୍ରୟାସ ରାଜ୍ୟରେ ଡିଜିଟାଲ ଶାସନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ମେସେଜ୍ କିମ୍ବା ଭଏସ କମାଣ୍ଡ ପଠାଇ ଏହି ସରକାରୀ ସେବାଗୁଡ଼ିକୁ ହାସଲ କରିହେବ । ଆଗାମୀ ଦିନରେ ଏହି ହ୍ୱାଟସଅପ୍ ଚାଟବଟ୍ ମାଧ୍ୟମରେ ନାଗରିକଙ୍କୁ ୫୦୦ରୁ ଅଧିକ ସରକାରୀ ସେବା ପ୍ରଦାନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶା ହେଉଛି ଦେଶର ଦ୍ୱିତୀୟ ରାଜ୍ୟ, ଯିଏ ମେଟା ସହ ମିଶି ଏଭଳି ଏକ ଚାଟବଟ୍ ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ରାଜ୍ୟରେ ଡିଜିଟାଲ ନାଗରିକ ସେବା ପ୍ରଦାନ ବ୍ୟବସ୍ଥାରେ ଏହି ଐତିହାସିକ ପଦକ୍ଷେପ ନେଇଛନ୍ତି ।

ମେଟା ସହଭାଗିତାରେ ରାଜ୍ୟ ସରକାର ଆରମ୍ଭ କରିଥିବା ‘ଆମ ସାଥୀ’ ଚାଟବଟ୍ ହେଉଛି ଏକ ଏକୀକୃତ ପ୍ଲାଟଫର୍ମ, ଯାହା ମାଧ୍ୟମରେ ସାଧାରଣ ନାଗରିକ ୧୨୦ରୁ ଅଧିକ ସରକାରୀ ସେବାର ଲାଭ ଉଠାଇ ପାରିବେ । ଏହି ଚାଟବଟ୍ ଏକ ନିର୍ଦ୍ଦିଷ୍ଟ ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ ମାଧ୍ୟମରେ ଉପଲବ୍ଧ ହେବ । ଏହା ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ କାର୍ଯ୍ୟ କରିବ । ଏଥିରେ ଭଏସ କମାଣ୍ଡ ବା ଭଏସ୍ ଆଦେଶ ସୁବିଧା ମଧ୍ୟ ରହିଛି, ଯାହାକି ଏହାର ବ୍ୟବହାରକୁ ଅଧିକ ସହଜ ଓ ସରଳ କରାଇଛି । ଆଗାମୀ କିଛି ମାସ ମଧ୍ୟରେ ଏହି ଚାଟବଟ୍ ମାଧ୍ୟମରେ ରାଜ୍ୟ ସରକାର ୫୦୦ରୁ ଅଧିକ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି । ୨୦୨୬ ମାର୍ଚ୍ଚ ସୁଦ୍ଧା ସମସ୍ତ ସରକାରୀ ସେବା ଏହି ପ୍ଲାଟଫର୍ମ ମାଧ୍ୟମରେ ଉପଲବ୍ଧ କରାଇବାର ଲକ୍ଷ୍ୟ ରହିଛି । ଏହି ଚାଟବଟ୍ ସେଂଟର ଫର ମଡର୍ନାଇଜିଂ ଗଭର୍ନମେଂଟ ଇନିସିଏଟିଭ (CMGI) ଏବଂ ମେଟା ଇଣ୍ଡିଆ ଦ୍ୱାରା ବିକଶିତ ହୋଇଛି ।

ଏହି ଅବସରରେ ଓଡ଼ିଶା ରାଇଟ ଟୁ ପବ୍ଲିକ ସର୍ଭିସେସ ଆକ୍ଟ (ଓଆରଟିପିଏସଏ) ସେଂଟ୍ରାଲ ମନିଟରିଂ ସିଷ୍ଟମ ୨.୦ ଡାସବୋର୍ଡର ମଧ୍ୟ ଲୋକାର୍ପଣ କରାଯାଇଛି । ଏହି ଡାସବୋର୍ଡ ସରକାରୀ ସେବାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବ । ଏହା ମାଧ୍ୟମରେ ଆବେଦନର ଅଗ୍ରଗତି ଟ୍ରାକ କରାଯାଇପାରିବ ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେବା ଯୋଗାଇ ନଦେଲେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୁଖ୍ୟ ସଚିବ ମନୋଜ ଆହୁଜା କହିଛନ୍ତି, ଆମ ସାଥୀ’ ଚାଟବଟ୍ ଏବଂ ଓଆରଟିପିଏସଏ ଡାସବୋର୍ଡ ୨.୦ ମାଧ୍ୟମରେ ଆମେ ଶାସନ ବ୍ୟବସ୍ଥା ଓ ସେବାକୁ ନାଗରିକଙ୍କ ଡୋରଷ୍ଟେପକୁ ନେଇ ଆସିବୁ । ଏହି ପ୍ଲାଟଫର୍ମ ଗ୍ରାମାଂଚଳରୁ ସହରାଂଚଳ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ନାଗରିକ ସେବା ପ୍ରଦାନରେ ଥିବା ପ୍ରତିବନ୍ଧକକୁ ଦୂର କରିବ ।

ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ଜି. ମାଥିଭାଥାନନ, ଶିଳ୍ପ ଓ ସୂଚନା ଏବଂ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ, ଗୃହ ଓ ନଗର ଉନ୍ନୟନ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ, ପୂର୍ବତନ ସୂଚନା ଆୟୁକ୍ତ ଏବଂ ସିଓ୍ୱାଇଏସଡି ର ପରାମର୍ଶଦାତା ଶ୍ରୀ ଜଗଦାନନ୍ଦଙ୍କ ସମେତ ରାଜ୍ୟ ସରକାରଙ୍କ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ‘ଆମସାଥୀ’ ଏକୀକୃତ ହ୍ୱାଟସ୍‌ଆପ୍‌ ବଟ୍ କୁ ସେଣ୍ଟର୍ ଫର୍ ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ୍‌ (ସିଏମଜିଆଇ) ଏବଂ ‘ମେଟା ଇଣ୍ଡିଆ’ ସହଯୋଗରେ ବିକଶିତ କରିଛି । ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଦେବବ୍ରତ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଶାସନ ସଚିବଙ୍କ ଅନୁ ସଚିବ ଶ୍ରୀ ଅଂଶୁମାନ ରଥ ଏବଂ ସିଏମଜିଆର ପ୍ରକଳ୍ପ ସଂଯୋଜକ ଶ୍ରୀ ପିନାକୀ ମହାନ୍ତି ପ୍ରମଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Previous Post

ଆଜି ଝାରସୁଗୁଡ଼ା ଆସିବେ ପ୍ରଧାନମନ୍ତ୍ରୀ: ଏକାଧିକ ପ୍ରକଳ୍ପର କରିବେ ଲୋକାର୍ପଣ

Next Post

ଓସିଏସ୍‌ ପରୀକ୍ଷା-୨୦୨୩: ପ୍ରିୟାଂଶୁ ପାଲ ଟପ୍ପର

FNN WEB

FNN WEB

Next Post
ଓସିଏସ୍‌ ପରୀକ୍ଷା-୨୦୨୩: ପ୍ରିୟାଂଶୁ ପାଲ ଟପ୍ପର

ଓସିଏସ୍‌ ପରୀକ୍ଷା-୨୦୨୩: ପ୍ରିୟାଂଶୁ ପାଲ ଟପ୍ପର

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.