• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ମୁଖ୍ୟମନ୍ତ୍ରୀ ମକା ମିଶନ ଯୋଜନାର ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ

FNN WEB by FNN WEB
September 26, 2025
in ଓଡ଼ିଶା, ମୁଖ୍ୟ ଖବର
0
ମୁଖ୍ୟମନ୍ତ୍ରୀ ମକା ମିଶନ ଯୋଜନାର ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ
0
SHARES
1
VIEWS

  • ବିପଣନକୁ ସୁଦୃଢ କରିବା ପାଇଁ ଦଶଗୋଟି କୃଷକ ଉତ୍ପାଦକ ସଂଗଠନ ଓ ମକା କ୍ରେତାଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ
    ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମକା ମିଶନ (MMM) ଅଧୀନରେ ପ୍ରଥମ “ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳା” ଆଜି କୃଷି ଭବନ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏହି କର୍ମଶାଳାକୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ଅଧିବେଶନରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ଼ ପ୍ରଭାତ କୁମାର ରାଉଳ, ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଚକ୍ରବର୍ତୀ ସିଂହ ରାଠୋର ଓ ମିଶନ ଶକ୍ତିର ନିର୍ଦ୍ଦେଶିକା ଡ଼ ମୋନିକା ପ୍ରିୟଦର୍ଶିନୀ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ଲିଟି ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ, ଡ. ଅରବିନ୍ଦ କୁମାର ପାଢ଼ୀ ମୁଖ୍ୟମନ୍ତ୍ରୀ ମକା ମିଶନର ଆବଶ୍ୟକତା ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ କହିଥିଲେ, ଧାନ ପରେ, ମକା ରାଜ୍ୟରେ ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଶସ୍ୟ ଭାବେ ପରିଗଣିତ ହେଉଛି। ଆଜିର ସମୟରେ ୧୫ଟି ଜିଲ୍ଲା ଓ ୪୫ ଟି ବ୍ଲକରେ ମକା ମିଶନ କାର୍ଯ୍ୟକରୁଛି l ଏହି ମିଶନ, ବିଭିନ୍ନ ସରକାରୀ ବିଭାଗ ଯଥା କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ମିଶନ ଶକ୍ତି ଏବଂ ଓରମାସ ଇତ୍ୟାଦି ବିଭାଗମାନଙ୍କ ସହଭାଗିତାର ଏକ ଉତ୍କୃଷ୍ଟ ଉଦାହରଣ। ନିୟମିତ କ୍ରେତା-ବିକ୍ରେତା ବୈଠକ ମକା ବିପଣନରେ ସକାରାତ୍ମକ ପ୍ରଭାବ ପକାଇଛି। ନବରଙ୍ଗପୁରରେ ବିଜୟନଗର ବାୟୋ-ଟେକ, ଏକ ମକା ଆଧାରିତ ଷ୍ଟାର୍ଚ ଇଣ୍ତଷ୍ଟ୍ରି ସ୍ଥାପନା ରାଜ୍ୟରେ ମକା ଚାଷର ଏକ ପ୍ରେରଣାଦାୟକ ଉତ୍ସ ହେବାକୁ ଯାଉଛି। ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର କୁଳପତି ଡ଼ ପ୍ରଭାତ କୁମାର ରାଉଳ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଇଥାନଲ ମିଶ୍ରଣ ନୀତି ଏବଂ “ମିଠା ମକା ଓ “ବେବି କର୍ଣ୍ଣ”ର ବ୍ୟବହାର ଯୋଗୁ ମକା ଚାଷ କ୍ଷେତ୍ରରେ ଏକ ନୂତନ ଦିଗନ୍ତ ସୃଷ୍ଟି ହୋଇଛି l ଭାରତୀୟ ମକା ଗବେଷଣା ସଂସ୍ଥାନ, ସିଆଇଏମଏମଓଆଇଟି ଏବଂ ଓୟୁଏଟି ପରି ବୈଜ୍ଞାନିକ ଅନୁଷ୍ଠାନ ଗୁଡ଼ିକ ମକା ଚାଷ ଏବଂ ମୂଲ୍ୟ ସଂଯୋଜନ ପାଇଁ ବୈଷୟିକ ସହାୟତା ଯୋଗାଇ ଦେଉଛନ୍ତି।

କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା ଦେଶ ତଥା ଆମ ରାଜ୍ୟରେ ମକା ଚାଷର ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ମିଶନ ଚାଷୀମାନଙ୍କୁ କୃଷକ ଉତ୍ପାଦକ ସଂଗଠନ ଓ କ୍ଲଷ୍ଟର ଆଧାରରେ ମକା ଚାଷ ଓ ବିପଣନରେ ସହାୟତା କରିଥିବା ବିଷୟରେ ଆଲୋକପାତ କରିଥିଲେ। ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଚକ୍ରବର୍ତୀ ସିଂହ ରାଠୋର କହିଥିଲେ, ଏହି ମିଶନ ଦୁଇଟି ଏକୀକୃତ ଆବଶ୍ୟକତା ସହିତ ଆରମ୍ଭ ହୋଇଛି, ମକାର ଉତ୍ପାଦନରେ ବୃଦ୍ଧି ଓ ଚାଷୀଙ୍କୁ ଉତ୍ତମ ବଜାର ମୂଲ୍ୟ ଯୋଗାଇଦେବା l ମିଶନ ଶକ୍ତିର ନିର୍ଦ୍ଦେଶିକା ଡ଼ ମୋନିକା ପ୍ରିୟଦର୍ଶିନୀ କହିଥିଲେ,ଏହି ମିଶନର ଆଭିମୁଖ୍ୟ ହେଉଛି ରାଜ୍ୟରେ ମକା ଚାଷ କ୍ଷେତ୍ରକୁ ସୁଦୃଢ଼ କରିବା ସହ ମକା ଚାଷ ପାଇଁ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା l ଏହି ଅବସରରେ ଦଶଗୋଟି କୃଷକ ଉତ୍ପାଦକ ସଂଗଠନ ଓ ମକା କ୍ରେତାଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି, ଯାହା ମକାର ବିପଣନକୁ ମଜବୁତ କରିଛି। ମିଶନ ଅଧୀନରେ ଜିଲ୍ଲା ଅନୁଯାୟୀ ଏଫପିସିର ବଣ୍ଟନ ହେଉଛି: ଜଶୀପୁର ଏଫପିସିଏଲ (ଜଶୀପୁର, ମୟୂରଭଞ୍ଜ), ରାଣୀ ମାହାସ ଏଫପିସିଏଲ (କୋମନା, ନୂଆପଡ଼ା), ମାତା ଡଙ୍ଗରୀ ଏଫପିସିଏଲ (ଜୁନାଗଡ଼, ନବରଙ୍ଗପୁର), ସବୁଜିମା ଏଫପିସିଏଲ (ବୈପାରୀଗୁଡ଼ା, କୋରାପୁଟ), ମହେନ୍ଦ୍ରଗିରି ଏଫପିସିଏଲ (ନୂଆଗଡ଼, ଗଜପାଟି), ସିନେକ୍ସଟ ଏଫପିସିଏଲ (ଚମ୍ପୁଆ, କେନ୍ଦୁଝର), ସାବେରୀ ସେତୁ ଏଫପିସିଏଲ (ମାଥିଲି, ମାଲକାନଗିରି), ଗୁମପଦର ଏଫପିସିଏଲ (କେ. ନୂଆଗାଁ, କନ୍ଧମାଳ), ଘୁମୁସର ଏଫପିସିଏଲ (ଜଗନ୍ନାଥପ୍ରସାଦ, ଗଞ୍ଜାମ)। ଏମଓୟୁ ସ୍ୱାକ୍ଷର କରିଥିବା ଦଶ କ୍ରେତା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ କରୁଥିବା କୁକୁଡ଼ା ଖାଦ୍ୟ ଶିଳ୍ପ ଓ ଇଥାନଲ ଉତ୍ପାଦନ କମ୍ପାନୀ ଅନ୍ତର୍ଭୁକ୍ତ ଅଟନ୍ତି।

ଏହି କାର୍ଯ୍ୟକ୍ରମ ମିଶନ ପ୍ରୋଗ୍ରାମ ସେକ୍ରେଟାରିଆଟ ଆକ୍ସେସ ଡେଭେଲପମେଣ୍ଟ ସର୍ଭିସେସ ଦ୍ୱାରା ସଂଯୋଜନା କରାଯାଇଥିଲା। ଶେଷରେ, ଯୁଗ୍ମ କୃଷି ନିର୍ଦ୍ଦେଶକ (ଡାଲି ଏବଂ ତୈଳବୀଜ)- ତଥା ନୋଡାଲ ଅଧିକାରୀ, ମୁଖ୍ୟମନ୍ତ୍ରୀ ମକା ମିଶନ, ଶ୍ରୀ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କର୍ମଶାଳାରେ କୃଷକ ଉତ୍ପାଦକ ସଂଗଠନର ପ୍ରତିନିଧି, ପ୍ରମୁଖ ମକା କ୍ରେତା, ରାଜ୍ୟର ବିଭିନ୍ନ ବିଭାଗର ଅଧିକାରୀ ଏବଂ ଗବେଷଣା ଅନୁଷ୍ଠାନର ବୈଜ୍ଞାନିକମାନେ ଅଂଶଗ୍ରହଣ କରିଥିଲେ। ଆଧୁନିକ ମକା ଚାଷ ପ୍ରଯୁକ୍ତି, ହାଇବ୍ରିଡ ବିହନ ଉତ୍ପାଦନର ସମ୍ଭାବନା, କଷ୍ଟମାଇଜଡ ଆଗ୍ରୋ-ସର୍ଭିସ ସେଣ୍ଟର ସ୍ଥାପନ ଏବଂ ସ୍ୱତନ୍ତ୍ର କିସମ ମକାର ପ୍ରୋତ୍ସାହନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

Previous Post

ଓସିଏସ୍‌ ପରୀକ୍ଷା-୨୦୨୩: ପ୍ରିୟାଂଶୁ ପାଲ ଟପ୍ପର

Next Post

ଦୁର୍ବଳ ନଦୀ ଓ କେନାଲ ବନ୍ଧ ଗୁଡ଼ିକ ଉପରେ ନଜର ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

FNN WEB

FNN WEB

Next Post
ଦୁର୍ବଳ ନଦୀ ଓ କେନାଲ ବନ୍ଧ ଗୁଡ଼ିକ ଉପରେ ନଜର ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଦୁର୍ବଳ ନଦୀ ଓ କେନାଲ ବନ୍ଧ ଗୁଡ଼ିକ ଉପରେ ନଜର ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.