• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଅଣାୟତ: ବିଜେଡି

FNN WEB by FNN WEB
October 7, 2025
in ଓଡ଼ିଶା, ମୁଖ୍ୟ ଖବର
0
ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଅଣାୟତ: ବିଜେଡି
0
SHARES
0
VIEWS

ଭୁବନେଶ୍ୱର: ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ବିଜୁ ଜନତା ଦଳ ତରଫରୁ ଅଭିଯୋଗ କରାଯାଇ ଆସୁଥିବା ବେଳେ, ଗତ ଏକ ସପ୍ତାହ ମଧ୍ୟରେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଅଣାୟତ ହୋଇ ପଡିଛି ବୋଲି ଅଭିଯୋଗ କରି ଆଜି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି ବିଜେଡି। ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଭୃଗୁ ବକ୍ସିପାତ୍ର କହିଥିଲେ, ଗତ ଏକ ସପ୍ତାହରେ ଧାରାବାହିକ ଭାବେ ଘଟିଥିବା ଅପରାଧ ଗୁଡିକ ଉପରେ ଅବଲୋକନ କଲେ, ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ସ୍ପଷ୍ଟ ହୁଏ। କିନ୍ତୁ, ରାଜ୍ୟ ବିଜେପି ସରକାର ନିଦାବିଷ୍ଣୁ। କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ବିରୋଧୀ ଦଳର ଚିକ୍ରାର ତାଙ୍କର କର୍ଣ୍ଣପାତ ହେଉ ନାହିଁ।

ଶ୍ରୀ ବକ୍ସିପାତ୍ର କହିଥିଲେ, ଗତକାଲି ସନ୍ଧ୍ୟାରେ, ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ, ବିଜେପି ଦଳର ଜଣେ ଆଗଧାଡିର ନେତା ତଥା ଜଣେ ରାଜ୍ୟ ବାର କାଉନ୍‌ସିଲର ସଦସ୍ୟ ପୀତବାସ ପଣ୍ଡାଙ୍କୁ ଦୁଇ ଜଣ ଦୁବୃର୍ତ୍ତ ଅତି ନିକଟରୁ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣାକୁ ୨୦ ଘଣ୍ଟାରୁ ଉଦ୍ଧ୍ୱର୍ ବିତି ଯାଇଥିଲେ ସୁଦ୍ଧା, ଏପର୍ଯ୍ୟନ୍ତ ଅପରାଧୀଙ୍କ କୌଣସି ଟେର ପୋଲିସ ପାଇନାହିଁ। ଗତ ୨୪ ଘଣ୍ଟାରେ, ଗଞ୍ଜାମ ଜିଲ୍ଲାରେ ୩ଟି ହତ୍ୟାକାଣ୍ଡ ଘଟିଛି। ମୋହନ ସରକାର ଆସିବା ପରଠାରୁ କେବଳ ଗଞ୍ଜାମ ଜିଲ୍ଲାରେ ୧୨୮ଟି ହତ୍ୟାକାଣ୍ଡ ଘଟିଲାଣି। ଗଞ୍ଜାମ ଜିଲ୍ଲାରେ, ଲଘୁ ଖଣିଜ ସମ୍ପଦ ଯଥା ବାଲି, ଚିପ୍ସ ଇତ୍ୟାଦି ଜିନିଷର ଚୋରି ଲୁଟତରାଜ ଅହେତୁକ ବୃଦ୍ଧି ପାଇଛି ଯାହା ଯୋଗୁ ଅପରାଧ ଦିନକୁ ଦିନ ବୃଦ୍ଧି ପାଇଛି। ରାଜ୍ୟ ବିଜେପି ସରକାରଙ୍କ ପ୍ରୟୋଜନରେ ଏହି ଲୁଟତରାଜ ଚାଲିଛି ଓ ଏଥିଯୋଗୁ ଗଞ୍ଜାମ ଅପରାଧୀଙ୍କ ଚରାଭୂଇଁ ପାଲଟିଛି। ପୂର୍ବରୁ ନବୀନ ସରକାରଙ୍କ ସମୟରେ, ଗଞ୍ଜାମରେ ଶାନ୍ତି ପରିବେଶ ସୃଷ୍ଟି ହୋଇଥିଲା ବେଳେ ବିଜେପି ସରକାରଙ୍କ ସମୟରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ି ଗଲାଣି।

ଶ୍ରୀ ବକ୍ସିପାତ୍ର ଆହୁରି କହିଥିଲେ, ରାଜ୍ୟରେ ଏବେ ବହୁଚର୍ଚ୍ଚିତ ଘଟଣା ପୋଲିସ ଏସ୍‌ଆଇ ଚାକିରି ବିକ୍ରି ଘଟଣା ବ୍ରହ୍ମପୁର ସହରରୁ ଲୋକଲୋଚନକୁ ଆସିଥିଲା। ଏହି ଘଟଣାରେ ସରକାରଙ୍କ ସମ୍ପୃକ୍ତି ଜଳ ଜଳ ହୋଇ ଦିଶୁଛି। ସେହିପରି, ଚୌଦ୍ୱାରରେ ଥିବା ହାଇ ସିକ୍ୟୁରିଟି ଜେଲରୁ ଦୁଇ ଜଣ କୁଖ୍ୟାତ ଅପରାଧୀ ଜେଲରୁ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି। ଭାଇଚାରା ସହର କଟକରେ ସାମ୍ପ୍ରଦାୟିକ ଦଙ୍ଗା ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇ ୩୬ଘଣ୍ଟା ପାଇଁ କର୍ଫ୍ୟୁ ଲଗାଇବାକୁ ପଡୁଛି। ଆଜି ସକାଳେ, ପୁରୀ ଜିଲାରେ ଲକ୍ଷ୍ମୀ ବସ୍‌ ଭିତରକୁ ଜଣେ ଦୁବୃର୍ତ୍ତ ପଶି ଆସି କଟୁରୀ ଚୋଟରେ ବସ ଯାତ୍ରୀଙ୍କ ଉପରେ ଅତର୍କିତ ଆକ୍ରମଣ କରିବା ଯୋଗୁ ଅନ୍ୟୁନ୍ୟ ୭ ଜଣ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ, ମହିଳା ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି। ଦୁଷ୍କର୍ମ, ଅସଦାଚରଣ, ନାରୀ ନିର୍ଯାତନା, ହତ୍ୟା ଇତ୍ୟାଦି ଘଟଣା ପ୍ରତିଦିନ ଖବରକାଗଜ ଗୁଡିକରେ ଶିରୋନାମା ପାଲଟୁଛି। କିନ୍ତୁ, ସରକାର ନିଜର ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଡବଲ ଇଞ୍ଜିନ ସରକାର ଗୋଟିଏ ସମ୍ୱେଦନହୀନ ସରକାର ବୋଲି ରାଜ୍ୟବାସୀ ଜାଣିଲେଣି।

Previous Post

ଲକ୍ଷ୍ମୀ ବସ୍‌ ଭିତରେ ଆତଙ୍କ: ୭ ଯାତ୍ରୀଙ୍କୁ ନିର୍ମମ ଭାବେ ହାଣିଲା ଯୁବକ

Next Post

କିମ୍‍ସରେ ଅଢ଼େଇ ବର୍ଷ ଶିଶୁର ବିରଳ ଅସ୍ତ୍ରୋପଚାର: ୭ ବିଭାଗର ୧୫ ଡାକ୍ତର ଶିଶୁକୁ ଦେଲେ ନୂଆ ଜୀବନ

FNN WEB

FNN WEB

Next Post
କିମ୍‍ସରେ ଅଢ଼େଇ ବର୍ଷ ଶିଶୁର ବିରଳ ଅସ୍ତ୍ରୋପଚାର: ୭ ବିଭାଗର ୧୫ ଡାକ୍ତର ଶିଶୁକୁ ଦେଲେ ନୂଆ ଜୀବନ

କିମ୍‍ସରେ ଅଢ଼େଇ ବର୍ଷ ଶିଶୁର ବିରଳ ଅସ୍ତ୍ରୋପଚାର: ୭ ବିଭାଗର ୧୫ ଡାକ୍ତର ଶିଶୁକୁ ଦେଲେ ନୂଆ ଜୀବନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.