• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଦେଶବ୍ୟାପୀ ‘ବିକଶିତ ଭାରତ ବିଲ୍ଡାଥନ୍ -୨୦୨୫’ ଉଦଘାଟିତ

FNN WEB by FNN WEB
October 13, 2025
in ଓଡ଼ିଶା, ମୁଖ୍ୟ ଖବର
0
ଦେଶବ୍ୟାପୀ ‘ବିକଶିତ ଭାରତ ବିଲ୍ଡାଥନ୍ -୨୦୨୫’ ଉଦଘାଟିତ
0
SHARES
2
VIEWS


‘ବିକଶିତ ଭାରତ ବିଲ୍ଡାଥନ୍’ ନୂତନ ବିଶ୍ୱ ମଡେଲ୍ ତିଆରି କରିବ: ଧର୍ମେନ୍ଦ୍ର ପ୍ରଧାନ
• ମଥୁରା ରୋଡ୍ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ଏବଂ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନମ୍ବର – ୨ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କ ସହ କଲେ ଆଲୋଚନା
• ଛାତ୍ରଛାତ୍ରୀମାନେ ନୂଆ ଚିନ୍ତାଧାରା, କଳ୍ପନା ଏବଂ ନବସୃଜନ ସହିତ ବିଶ୍ୱ ପାଇଁ ନୂଆ ଇତିହାସ ଲେଖିବେ
• ଏହି ମେଗା ସ୍କୁଲ୍ ଇନୋଭେସନ୍ ପଦକ୍ଷେପରେ ଅଂଶଗ୍ରହଣ କରିଥିବାରୁ ସମସ୍ତ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ
• ଭାରତର ବୃହତ୍ତମ ସ୍କୁଲ୍ ହାକାଥନ୍ ‘ବିକଶିତ ଭାରତ ବିଲ୍ଡାଥନ୍’ ଉଦ୍ଭାବନ, ସୃଜନଶୀଳତା ଏବଂ ଯୁବ ଶକ୍ତିର ଏକ ଦେଶବ୍ୟାପୀ ଉତ୍ସବ
• ସାରା ଦେଶର ୩ ଲକ୍ଷରୁ ଅଧିକ ସ୍କୁଲ ଏବଂ ୨୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ
• ଏକ ବିକଶିତ ଏବଂ ସମୃଦ୍ଧ ଭାରତ ପ୍ରତିଭାବାନ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମରେ ସମ୍ଭବ
• ବିକଶିତ ଭାରତ ବିଲ୍ଡାଥନ୍ ୨୦୨୫ ମାଧ୍ୟମରେ ଦେଶର ଯୁବବର୍ଗଙ୍କୁ ଜାତୀୟ ବିକାଶର ଏକ ସକ୍ରିୟ ଅଂଶୀଦାର ହେବା ପାଇଁ ପ୍ରେରଣା ଦେବାର ଲକ୍ଷ୍ୟ

ନୂଆଦିଲ୍ଲୀ/ଭୁବନେଶ୍ୱର,ଅକ୍ଟୋବର ୧୩, ୨୦୨୫ – ‘ବିକଶିତ ଭାରତ ବିଲ୍ଡାଥନ୍’ ହେଉଛି ଉଦ୍ଭାବନ, ସୃଜନଶୀଳତା ଏବଂ ଯୁବ ଶକ୍ତିର ଏକ ଦେଶବ୍ୟାପୀ ଉତ୍ସବ । ଏହି ବିଲ୍ଡାଥନରୁ ତିଆରି ହେଉଥିବା ଅଭିନବ ବିଚାର ଗୁଡ଼ିକ ନୂତନ ବିଶ୍ୱ ମଡେଲ୍ ସୃଷ୍ଟି କରିବ ଏବଂ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଜରୁରୀ ଆହ୍ୱାନଗୁଡ଼ିକର ସମାଧାନ ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ ଦୃଷ୍ଟିକୋଣକୁ ଆଗକୁ ନେଇ ଏହି ବିଲ୍ଡାଥନ୍ ୨୦୨୫କୁ ଉଦଘାଟନ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ସାରା ଦେଶର ୩ ଲକ୍ଷରୁ ଅଧିକ ସ୍କୁଲ ଏବଂ ୨୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଏହା ଭାରତର ବୃହତ୍ତମ ସ୍କୁଲ୍ ହାକାଥନ୍ । ଏହି ମେଗା ସ୍କୁଲ୍ ଇନୋଭେସନ୍ ପଦକ୍ଷେପରେ ଅଂଶଗ୍ରହଣ କରିଥିବାରୁ ସମସ୍ତ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ପ୍ରଧାନ । ସେ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଏଠାରୁ ସୃଷ୍ଟି ହୋଇଥିବା ଅଭିନବ ବିଚାର ଗୁଡ଼ିକ ନୂତନ ବିଶ୍ୱ ମଡେଲ୍ ସୃଷ୍ଟି କରିବ ଏବଂ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଜରୁରୀ ଆହ୍ୱାନଗୁଡ଼ିକର ସମାଧାନ ପାଇଁ ମାର୍ଗ ପ୍ରଶସ୍ତ କରିବ । ଏକ ବିକଶିତ ଏବଂ ସମୃଦ୍ଧ ଭାରତ ଆମର ପ୍ରତିଭାବାନ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ମିଳିତ ସହଯୋଗରେ ଗଠନ ହେବ । ଆମର ଛାତ୍ରଛାତ୍ରୀମାନେ ସେମାନଙ୍କର ଚିନ୍ତାଧାରା, କଳ୍ପନା ଏବଂ ନବସୃଜନ ସହିତ ଭାରତ ତଥା ବିଶ୍ୱ ପାଇଁ ଇତିହାସ ଲେଖିବେ ।

ଏହି ଅବସରରେ ଶ୍ରୀ ପ୍ରଧାନ ମଥୁରା ରୋଡ୍ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ସେ ଛାତ୍ରଛାତ୍ରୀଙ୍କ ଉତ୍ସାହ ଓ ପାଠପଢାର ମନୋଭାବକୁ ପ୍ରଶଂସା କରିଥିଲେ । ସେହିପରି ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନମ୍ବର – ୨ର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ମଧ୍ୟରେ ଥିବା ନବସୃଜନର ଚିନ୍ତାଧାରାକୁ ପ୍ରଶଂସା କରିଥିଲେ । ଏହି ଯୁବ ଉଦ୍ଭାବକମାନଙ୍କୁ ଶୁଭେଚ୍ଛା ଜଣାଇ ଶିକ୍ଷା ମନ୍ତ୍ରୀ କହିଥିଲେ, ଛାତ୍ରଛାତ୍ରୀମାନଙ୍କର କୌତୁହଳ, ସୃଜନଶୀଳତା ଏବଂ ଉଦ୍ଭାବନ ଭାରତକୁ ଆଗକୁ ନେବ । ବିକଶିତ ଭାରତ ବିଲ୍ଡାଥନ୍ ୨୦୨୫ ମାଧ୍ୟମରେ ଶିକ୍ଷା ମନ୍ତ୍ରଣାଳୟ ଦେଶର ଯୁବବର୍ଗଙ୍କୁ ଜାତୀୟ ବିକାଶର ଏକ ସକ୍ରିୟ ଅଂଶୀଦାର ହେବା ପାଇଁ ପ୍ରେରଣା ଦେବାର ଲକ୍ଷ୍ୟ ରଖିଛି ।

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ ହୋଇଥିବା ‘ବିକଶିତ ଭାରତ ବିଲ୍ଡାଥନ୍ – ୨୦୨୫’ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଦ୍ୱାରା ଅଟଳ ଇନୋଭେସନ ମିଶନ, ନୀତି ଆୟୋଗ ଏବଂ ଏଆଇସିଟିଇ ସହଯୋଗରେ ଆୟୋଜନ କରାଯାଉଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଚିନ୍ତାଧାରା ଏବଂ ଉତ୍ପାଦ ବିକାଶ କରିବାର କ୍ଷମତାକୁ ବଢ଼ାଇବା । ଏଥିରେ ଛାତ୍ରଛାତ୍ରୀମାନେ ‘ଭୋକାଲ୍ ଫର୍ ଲୋକାଲ’, ‘ଆତ୍ମନିର୍ଭର ଭାରତ’, ‘ସ୍ୱଦେଶୀ’, ଏବଂ ‘ସମୃଦ୍ଧି’ ପରି ଚାରୋଟି ବିଷୟବସ୍ତୁ ଉପରେ କାମ କରିବେ । ଏହି କାର୍ଯ୍ୟକ୍ରମ ଦେଶରେ ନୂଆ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବ ଏବଂ ଯୁବପିଢ଼ିଙ୍କୁ ଏକ ଉନ୍ନତ, ବିକଶିତ, ଓ ଆତ୍ମନିର୍ଭର ଭାରତ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବା ପାଇଁ ପ୍ରସ୍ତୁତ କରିବ । ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୬ ପର୍ଯ୍ୟନ୍ତ ଇଚ୍ଛୁକ ଛାତ୍ରଛାତ୍ରୀମାନେ ବିକଶିତ ଭାରତ ବିଲ୍ଡାଥନ୍ ପୋର୍ଟାଲ୍ (https://vbb.mic.gov.in/) ରେ ପଞ୍ଜିକରଣ କରିଥିଲେ । ଏହାର ଶେଷ ପର୍ଯ୍ୟାୟ ୨୦୨୬ ଜାନୁଆରୀରେ ଆୟୋଜନ ହୋଇ ଫଳାଫଳ ଘୋଷଣା ହେବ ଏବଂ ଶ୍ରେଷ୍ଠ ୧୦୦୦ରୁ ଅଧିକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି ।

Previous Post

ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆର ଅବସରପ୍ରାପ୍ତ ଅଧିକାରୀ ସଂଗଠନର ତ୍ରୟମାସିକ ବୈଠକ

Next Post

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଜୋଶୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ

FNN WEB

FNN WEB

Next Post
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଜୋଶୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଜୋଶୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.