ଭୁବନେଶ୍ବର: ଓଡିଶା ଫେଡରସନ ଅଫ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପେନସନ ଓ ଅବସର ପ୍ରାପ୍ତ କର୍ମଚାରୀ ସଂଗଠନ ର (ଭାରତୀୟ ମଜଦୁର ସଂସ୍ଥା ସମର୍ଥିତ) ଆବାହକ ସୁକାନ୍ତ ମହାନ୍ତି ଙ୍କ ଆବାହନ ରେ ତ୍ରୟମାସିକ ବୈଠକ ବି ଓ ଆଇ ଆଞ୍ଚଳିକ କାର୍ଯ୍ୟାଳୟ,ଭୁବନେଶ୍ୱର ପରିସରରେ ଅନୁଷ୍ଠିତ ହେଇଯାଇଛି। ଭାରତୀୟ ମଜଦୁର ସଂଘର ଓଡିଶା ଶାଖା ର ପ୍ରଭାରୀ (ବିତ୍ତିୟ କ୍ଷେତ୍ର) ସରୋଜ ପ୍ରଧାନ ମୁଖ୍ୟ ଅତିଥି ଏବଂ ବ୍ୟାଙ୍କ ଅଫ୍ ବରୋଦା ର ପ୍ରାକ୍ତନ ସହାୟକ ମହା ପ୍ରବନ୍ଧକ ଫକିର ଚରଣ ସ୍ଵାଇଁ ବିଶେଷ ଅତିଥି ଭାବେ ସଭା ରେ ଯୋଗ ଦେଇଥିଲେ I ସର୍ବପ୍ରଥମେ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ର ସଭାପତି ବିଶ୍ୱମୋହନ ମିଶ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ ଅତିଥି ମାନଙ୍କର ପରିଚୟ କରାଇଥିଲେ। ଏବଂ କିଛି ମହତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଥିଲେ। ସମସ୍ତ ରାଷ୍ଟ୍ରୟତ୍ତ ବ୍ୟାଙ୍କ ଗୁଡ଼ିକ ସହାୟତା ରେ ଡାକ୍ତରଖାନା ଏବଂ ବିଦ୍ୟାଳୟ ରାଜ୍ୟ ର ପ୍ରତି ଜିଲାର ସଦର ମହକୁମା ରେ ଖୋଲିବା ସମ୍ପର୍କ ରେ କେନ୍ଦ୍ର ସରକାର ଙ୍କୁ ପ୍ରସ୍ତାବ ଦିଆଯାଉ ବୋଲି ପରାମର୍ଶ ଦେଇଥିଲେ।
ସଂଗଠନର ଓଡ଼ିଶା ୟୁନିଟ୍ ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ତେଜେଶ୍ୱର ପଟନାୟକ ସମ୍ପ୍ରତି ଅବସରପ୍ରାପ୍ତ କର୍ମଚାରିଙ୍କ ସମସ୍ୟା ଉପରେ ବିସ୍ତ୍ରୁତ ଆଲୋଚନା କଲେ ଏବଂ ଭାରତୀୟ ମଜ଼ଦୁର ସଙ୍ଘ ର ନେତୃତ୍ୱ ବ୍ୟାଙ୍କ ର ଅଵସର ପ୍ରାପ୍ତ କର୍ମଚାରୀ ଙ୍କ ପେନସନ ଅପଡେସନ କରିବା ତତ୍ପର ଓ ସଁମ୍ବେଦନ ଶୀଳ ଅଛନ୍ତି ବୋଲି ମତ ରଖିଥିଲେI ବ୍ଯାଙ୍କ ସ୍ୱାସ୍ଥ୍ୟ ବୀମା ଉପରେ ଲଗାଉଥିବା GST କୁ ଛାଡ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ଏଥିପାଇଁ କୋର୍ଟ ର ସହାୟତା ନେବାପାଇଁ ପ୍ରସ୍ତାବ ଦେଇଥିଲେ I
ମୁଖ୍ୟ ଅତିଥି ବି ଏମ ଏସ ପ୍ରଭାରୀ ଶ୍ରୀ ସରୋଜ ପ୍ରଧାନ ବିସ୍ତ୍ରୁତ ରୋଡମ୍ୟାପ୍ ତିଆରି କରି କିପରି ଅତିଶୀଘ୍ର ଏହାସବୁ କାର୍ଯ୍ୟକାରୀ ହେଇପାରିବ, ତା ବିଷୟର ଆଲାକପାତ କରିଥିଲେ।ସେ ଆଗମୀ ବର୍ଷ ପୁରୀ ରେ ଫେବ୍ରୁଆରୀ ମାସ ଛଅ ତାରିଖ ରୁ ଆଠ ତାରିଖ ଭାରତୀୟ ମଜ଼ଦୁର ସଙ୍ଘ ର ତିନି ଦିନିଆ ସର୍ଵ ଭାରତୀୟ ସମ୍ମିଳନୀ ଆୟୋଜନ ହେବ ବୋଲି ସୂଚନା ଦେଇଥିଲେ ଓ ସମସ୍ତ ସଦସ୍ୟ ସହଯୋଗ କରିବା ପାଇଁ ଆହ୍ବାନ କରିହଥିଲେ।ଆଗାମୀ ଦିନରେ ପେନସନ ଅପଡେସନ ନିଶ୍ଚିତ ହେବ ବୋଲି ଆଶା ପ୍ରକାଶ କରିଥିଲେ।
ବିଶେଷ ଅତିଥି ଶ୍ରୀଯୁକ୍ତ ସ୍ଵାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ବିଷୟ ଉପରେ କହିଥିଲେ। ସମ୍ପୂର୍ଣ୍ଣ ପେନସନ ଗ୍ରହଣ କରିବାର ଅବଧି 15 ବର୍ଷ ପରିବର୍ତ୍ତେ 12 ବର୍ଷ କରିବା ପାଇଁ ଏକ ପ୍ରସ୍ତାବ ଉପସ୍ଥାପନ କରାଗଲା। ଏ ସମ୍ପର୍କରେ ଉପଯୁକ୍ତ ତଥ୍ୟ ସଂଗ୍ରହ କରିବା ପାଇଁ ଏକ କମିଟି ଗଠନ କରାଗଲା। କମିଟିର ସଦସ୍ୟ ଭାବେ ପ୍ରଶାନ୍ତ ତ୍ରିପାଠୀ ଏବଂ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ଦାଶ ଙ୍କୁ ଦାୟିତ୍ଵ ଦିଆଗଲା। ସଭାର ପରିଶେଷରେ ପ୍ରମୁଖ ସଦସ୍ୟ ଶିବ ପ୍ରସାଦ ମହାନ୍ତି ଊପସ୍ଥିତ ସଦସ୍ୟ ଓ ଅତିଥି ବ୍ରନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସମାପ୍ତ କରାଗଲା।














