• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଓଡ଼ିଶା ପାଇଁ ୧୦ ଉପସଭାପତି ଘୋଷଣା କଲା ବିଜେପି

FNN WEB by FNN WEB
October 16, 2025
in ଓଡ଼ିଶା, ମୁଖ୍ୟ ଖବର
0
ଓଡ଼ିଶା ପାଇଁ ୧୦ ଉପସଭାପତି ଘୋଷଣା କଲା ବିଜେପି
0
SHARES
2
VIEWS

ବାଦ୍ ପଡ଼ିଲେ ନାଉରୀ,ଗୋଲକ ଓ ଅପରାଜିତା
ଭୁବନେଶ୍ୱର : ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ତାଙ୍କର ନୂଆ ଟିମ୍ ଗଠନ କରିଛନ୍ତି । ରାଜ୍ୟ କର୍ମକର୍ତ୍ତା ଟିମରେ ସେ ୨୬ଜଣଙ୍କୁ ସାମିଲ କରିଥିବାବେଳେ ତାଙ୍କ ପୁରୁଣା ଟିମରୁ ଦଳର ବରିଷ୍ଠ ନେତା ନାଉରୀ ନାଏକ, ଗୋଲକ ମହାପାତ୍ର, ଓ ଅପରାଜିତା ଷଡ଼ଙ୍ଗୀଙ୍କ ଭଳି ନେତାମାନଙ୍କୁ ବାଦ୍ ଦେଇଛନ୍ତି । ଏହି ନୂଆ କମିଟିରେ ୧୦ଜଣ ଉପସଭାପତି, ୪ଜଣ ସାଧାରଣ ସମ୍ପାଦକ(ପୂର୍ବରୁ ୫ଜଣ ଥିଲେ), ୧୦ଜଣ ସମ୍ପାଦକ ଓ ୨ଜଣ କୋଷାଧ୍ୟକ୍ଷ ରହିଛନ୍ତି । ମନମୋହନଙ୍କୁ ଦଳ ଜୁଲାଇ ପ୍ରଥମ ସପ୍ତାହରେ ପୁଣିଥରେ ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନ୍ୟସ୍ତ କରିଥିଲା ।

ଦଳର ରାଜ୍ୟ ସଂଗଠନ ସମ୍ପାଦକ ମାନସ କୁମାର ମହାନ୍ତିଙ୍କ ଦ୍ୱାରା ଜାରି ନୂଆ କର୍ମକର୍ତ୍ତା ତାଲିକାରେ ମନମୋହନ ଯେଉଁ ୧୦ଜଣଙ୍କୁ ଉପସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ସେଥିରେ ଯତୀନ ମହାନ୍ତି (ଖୋର୍ଦ୍ଧା), ଅଶୋକ ମିଶ୍ର (ନୟାଗଡ଼), କୁସୁମ ଟେଟେ (ସୁନ୍ଦରଗଡ଼), ରମେଶ ଚନ୍ଦ୍ର ସାହୁ (ନବରଙ୍ଗପୁର), କେ.ନାରାୟଣ ରାଓ (ଗଜପତି), ଶିବାଜୀ ମହାନ୍ତି (ବଲାଙ୍ଗୀର), ଭବେନ୍ଦ୍ର କୁମାର ପଣ୍ଡା (କଳାହାଣ୍ଡି), ସିପ୍ରା ବାଜପେୟୀ (ବାଲେଶ୍ୱର), ସୁଦର୍ଶନ ଗୋଏଲ (ରାଉରକେଲା) ଓ ବିଷ୍ଣୁ ଦାସ (କେନ୍ଦ୍ରାପଡ଼ା) ସ୍ଥାନ ପାଇଛନ୍ତି । ଦଳର କୋଷାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ସୁଦର୍ଶନ ଗୋଏଲଙ୍କୁ କମିଟିରେ ଉପସଭାପତି ଭାବେ ସାମିଲ କରାଯାଇଛି । ପୂର୍ବ କମିଟିରେ ଥିବା ଗୋଲକ ମହାପାତ୍ର, ଅପରାଜିତା ଷଡ଼ଙ୍ଗୀ, ନାଉରୀ ନାଏକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ବାଦ୍ ପଡ଼ିଛନ୍ତି ।

ସେହିପରି ୪ଜଣ ସାଧାରଣ ସମ୍ପାଦକ ଭାବେ ବିରଂଚି ନାରାୟଣ ତ୍ରିପାଠୀ (ପୁରୀ), ଶାରଦା ପ୍ରସାଦ ଶତପଥୀ (ଭୁବନେଶ୍ୱର), ସୀମାଂଚଳ ଖଟେଇ (ସମ୍ବଲପୁର) ଓ ପୂର୍ଣ୍ଣିମା ପ୍ରିୟଦର୍ଶିନୀ ନାୟକ (କୋରାପୁଟ)ଙ୍କୁ ସ୍ଥାନ ମିଳିଛି । ପୂର୍ବ କମିଟିରେ ଉପସଭାପତି ଥିବା ବିରଂଚି ତ୍ରିପାଠୀଙ୍କୁ ସାଧାରଣ ସମ୍ପାଦକ କରାଯାଇଥିବାବେଳେ ଯତୀନ ମହାନ୍ତିଙ୍କୁ ଉପସଭାପତି ଦାୟିତ୍ୱ ଦିଆଯାଇଛି । ସାଧାରଣ ସମ୍ପାଦକ ପଦବୀରୁ ରାଉରକେଲାର ପୂର୍ଣ୍ଣିମା କେରକେଟା ବାଦ୍ ପଡ଼ିଥିବା ଜଣାପଡ଼ିଛି । ସେହିପରି ଦଳର ରାଜ୍ୟ ସମ୍ପାଦକ ସରୋଜ କୁମାର କର (କଟକ), କାଳନ୍ଦୀ ସାମଲ (ଅନୁଗୁଳ), ସ୍ମୃତି ପଟ୍ଟନାୟକ (କଟକ), ପ୍ରୀତି ପ୍ରତିଭା ଭୋଳ (ପୁରୀ), ଭଗବାନ ମହାନ୍ତି (କନ୍ଧମାଳ), ପିଙ୍କି ପ୍ରଧାନ (ଭୁବନେଶ୍ୱର), ରାମ ଚନ୍ଦ୍ର ହାଁସଦା (ମୟୂରଭଞ୍ଜ ପଶ୍ଚିମ), ମମତା ସିଂହ (କେନ୍ଦୁଝର), ପୃଥ୍ୱୀରାଜ ମହାପାତ୍ର (ଘୁମୁସର-ଆସିକା) ଓ ସ୍ମିତା ପ୍ରଧାନ (ଜଗତସିଂହପୁର) ରହିଛନ୍ତି । ଅଜୟ କୁମାର ଅଗ୍ରୱାଲ (ଭୁବନେଶ୍ୱର)ଙ୍କୁ କୋଷାଧ୍ୟକ୍ଷ ଭାବେ ନୂତନ ଭାବେ ନିଯୁକ୍ତି ମିଳିଥିବାବେଳେ ଦିବାକର ହରିଚନ୍ଦନ (ପୁରୀ)ଙ୍କୁ ଯୁଗ୍ମ କୋଷାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି।

୨୦୨୪ ବିଧାନସଭା ନିର୍ବାଚନରେ ବିଜେପି ଓଡ଼ିଶାରେ ସରକାର ଗଠନ କରିବା ପରେ ରାଜ୍ୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ଦିଗରେ ଏହି ପଦାଧିକାରୀ ନିଯୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି । ମନମୋହନ ନିଜସ୍ୱ ଟିମ୍ ବାଛି ସଂଗଠନକୁ ରାଜ୍ୟରେ ଅଧିକ କ୍ରିୟାଶୀଳ କରିବେ ବୋଲି ଜଣାପଡ଼ିଛି ।

Previous Post

କୁନି କୁନି ପିଲାଙ୍କ ଗହଣରେ ଜନ୍ମଦିନ ପାଳନ କଲେ ନବୀନ ପଟ୍ଟନାୟକ

Next Post

ନୂଆପଡ଼ା ଉପନିର୍ବାଚନ ପାଇଁ ଆସିଲା ବିଜେପିର ଷ୍ଟାର୍ ପ୍ରଚାରକ ତାଲିକା

FNN WEB

FNN WEB

Next Post
ନୂଆପଡ଼ା ଉପନିର୍ବାଚନ ପାଇଁ ଆସିଲା ବିଜେପିର ଷ୍ଟାର୍ ପ୍ରଚାରକ ତାଲିକା

ନୂଆପଡ଼ା ଉପନିର୍ବାଚନ ପାଇଁ ଆସିଲା ବିଜେପିର ଷ୍ଟାର୍ ପ୍ରଚାରକ ତାଲିକା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

SCB ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ

August 28, 2026
ମିଳିଲା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି , ୧.୩ କୋଟି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା

ମିଳିଲା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି , ୧.୩ କୋଟି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.