• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରେ ‘ମୋନ୍ଥା’ର କୋପ:କେଉଁଠି ଧସିଲା ପାହାଡ଼, କେଉଁଠି ଭାଙ୍ଗିଲା ଘରଦ୍ବାର

FNN WEB by FNN WEB
October 29, 2025
in ଓଡ଼ିଶା, ମୁଖ୍ୟ ଖବର
0
ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରେ ‘ମୋନ୍ଥା’ର କୋପ:କେଉଁଠି ଧସିଲା ପାହାଡ଼, କେଉଁଠି ଭାଙ୍ଗିଲା ଘରଦ୍ବାର
0
SHARES
0
VIEWS

ଭୁବନେଶ୍ୱର : ବାତ୍ୟା ମୋନ୍ଥାରେ ପବନଠାରୁ ଅଧିକ ବେହାଲ କରିଛି ବର୍ଷା। ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଚାଷୀ ଓ ଚାଷ। ୫୬ଟି ବ୍ଲକରେ ୫୦ରୁ ୧୦୦ ମିଲିମିଟର ବର୍ଷା ହୋଇଛି। ସେଥିପାଇଁ କେଉଁଠି ଧାନ କିଆରିରେ ବର୍ଷା ପାଣି ଲହଡ଼ି ମାରୁଛି ତ ଆଉ କେଉଁଠି ଉଜୁଡ଼ି ଯାଇଛି ପରିବା ଚାଷ। ଆଉ ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ଭୂସ୍ଖଳନ ସାଜିଛି ବଡ଼ ସମସ୍ୟା। ତେବେ ୭୨ ଘଣ୍ଟା ଭିତରେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ।

ମୋନ୍ଥା ମନ୍ଥିଦେଲା ଧାନକ୍ଷେତ। ଧସେଇ ଦେଲା ପାହାଡ଼। ଭାଙ୍ଗିଦେଇଛି ଘର। ସିଧା ଓଡ଼ିଶାକୁ ହିଟ୍ କରି ନଥିଲେ ବି ଏ ହେଉଛି ବାତ୍ୟା ମୋନ୍ଥା ପ୍ରଭାବର କିଛି ଚିତ୍ର। ପବନ ଠାରୁ ଅଧିକ ଦୁଃଖ ଦେଇଛି ବର୍ଷା। ସବୁଠି ବେଶି କ୍ଷତି କରିଛି ଚାଷୀକୂଳର। ଛନ ଛନିଆ ଧାନ କିଆରିରେ ଲହଡ଼ି ମାରୁଛି ବର୍ଷା ପାଣି। ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳରେ ବର୍ଷା ପାଣିରେ ମୁଣ୍ଡ ମାଡ଼ି ଶୋଇ ପଡ଼ିଥିବା ଧାନ ବୁଦାକୁ ଛିଡ଼ା କରିବାକୁ ଚେଷ୍ଟା କରୁଛି ଚାଷୀ। ଆସ୍କାରୁ ନେଇ ଭଦ୍ରକ ବାସୁଦେବପୁର, ପୁରୀ କୃଷ୍ଣପ୍ରସାଦ, ଜଳେଶ୍ୱର ସବୁଠି ସମାନ ସ୍ଥିତି। ଚାଷୀଙ୍କ ଆଶା ସରକାରୀ ସହାୟତାକୁ।

ତେବେ ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ଭୂସ୍ଖଳନ ମଧ୍ୟ ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତଳ ତାଡ଼କା ସାହି-ଆଙ୍କୁଲି ରାସ୍ତାର ତିତିରିସିଙ୍ଗୀ ନିକଟରେ ମାଟି ଅତଡା ଖସିଛି। ଫଳରେ ପାହାଡ ଉପରେ ଥିବା ଆଙ୍କୁଲି ବୁରାତଲା ପଂଚାୟତର କୋଡ଼ିଏରୁ ଊର୍ଦ୍ଧ୍ବ ଗ୍ରାମର ଯାତାୟତ ବନ୍ଦ ହୋଇଛି। ସେହିଭଳି ଗଜପତିର ରାୟଗଡ ବ୍ଲକ ଏସ.କରଡାସିଂ ପଞ୍ଚାୟତର ଏକାଧିକ ସ୍ଥାନରେ ଭୂସ୍ଖଳନ ହେବାରୁ ଅନେକ ଗାଁ ମୁଖ୍ୟରାସ୍ତା ଓ ପଞ୍ଚାୟତରୁ ବିଛିନ୍ନ ହୋଇଥିଲା। କିଛି ଅବରୋଧ ପ୍ରଶାସନ କ୍ଲିୟର କରିଥିଲେ ହେଁ ଯାତାୟତ ପୂରାପୂରି ସ୍ୱାଭାବିକ ହୋଇପାରିନାହିଁ।

କୋରାପୁଟ ନାରାୟଣପାଟଣାରେ ବି ସମାନ ସ୍ଥିତି। ଧଙ୍ଗଡିଝୋଲା ନିକଟରେ ପଥର ଧସି ରାସ୍ତା ଅବରୋଧ ହୋଇଛି। ଖାଲି ସେତିକି ନୁହେଁ ବାତ୍ୟା ପ୍ରଭାବରେ ବଡ ବଡ ଗଛ ଏବଂ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡିଥିବାରୁ ୨ଟି ପଂଚାୟତ ଯାତାୟାତରେ ବାଧାପ୍ରାପ୍ତ ହୋଇଛି। ଆଉ ଏ ଚିତ୍ର କୋରାପୁଟ ଦେଓମାଳିର। କୋରାପୁଟ ହିଲ ଟପ୍ କାର୍ଣ୍ଣିଭାଲ ପାଇଁ ହୋଇଥିବା ଆୟୋଜନକୁ ଚୁରମାର କରିଦେଇଛି ମୋନ୍ଥା। ଏପଟେ ବାତ୍ୟା ସମୀକ୍ଷା କରି ଆସନ୍ତକାଲିଠାରୁ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ। ମନ୍ତ୍ରୀ ସୂଚନା ଦେଇଛନ୍ତି, ୩୩ ବ୍ଲକ ଏବଂ ୧୧ଟି ସହରାଞ୍ଚଳ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ୫୬ଟା ବ୍ଲକରେ ୫୦ ରୁ ୧୦୦ ମିଲିମିଟର ବର୍ଷା ହୋଇଛି | ୨ ହଜାର ୧୬୪ ଟି ବାତ୍ୟା ଆଶ୍ରୟ ସ୍ଥଳୀରେ ୧୯ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ୨ହଜାର ୧୮୯ ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିଲା | ୩୬୨ ଟି ଜାଗାରେ ୧୮ ହଜାର ୭୬୨ ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି । ୭୨ ଘଣ୍ଟା ଭିତରେ ଜିଲ୍ଲପାଳମାନଙ୍କ ଠାରୁ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ୨୪ ଘଣ୍ଟାରେ କ୍ଷତିପୂରଣ ଯୋଗାଇ ଦେବେ ସରକାର।

Previous Post

ରାଫେଲରେ ଉଡ଼ିଲେ: ଯୁଦ୍ଧ ବିମାନ ପାଇଲଟ ଶିବାଙ୍ଗୀଙ୍କ ସହ ରାଷ୍ଟ୍ରପତି ମୁର୍ମୁ

Next Post

ପହିଲାରୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା

FNN WEB

FNN WEB

Next Post
ପହିଲାରୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା

ପହିଲାରୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026
ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

March 7, 2026
୨୪ରେ ମିଳିବ ସୁଭଦ୍ରା ଟଙ୍କା, ଏକାସାଙ୍ଗରେ ଦୁଇଟି କିସ୍ତିର ଟଙ୍କା ମିଳିବ

ଆଜି ମହିଳା ଦିବସରେ ମିଳିବ ‘ସୁଭଦ୍ରା’ ଚତୁର୍ଥ କିସ୍ତି

March 7, 2026
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026
ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

March 7, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.