• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଦୁଇ ଦିନିଆ ହସ୍ତତନ୍ତ ଓ ହସ୍ତଶିଳ୍ପ ସମ୍ମିଳନୀ ଉଦଯାପିତ

FNN WEB by FNN WEB
November 1, 2025
in ଓଡ଼ିଶା, ମୁଖ୍ୟ ଖବର
0
ଦୁଇ ଦିନିଆ ହସ୍ତତନ୍ତ ଓ ହସ୍ତଶିଳ୍ପ ସମ୍ମିଳନୀ ଉଦଯାପିତ
0
SHARES
0
VIEWS

ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ରର ସଶକ୍ତିକରଣ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ

 ବୁଣାକାର ଓ ହସ୍ତଶିଳ୍ପୀଙ୍କ କଲ୍ୟାଣ ପାଇଁ ସରକାର ପ୍ରତିବଦ୍ଧ: ଶ୍ରୀମତୀ ନୀଲମ ଶମ୍ମି ରାଓ, ସଚିବ, ବୟନଶିଳ୍ପ ମନ୍ତ୍ରାଳୟ, ଭାରତ ସରକାର

 ପାରମ୍ପରିକ କୌଶଳ ଏବଂ ନବସୃଜନର ମିଶ୍ରଣ ଆବଶ୍ୟକ: ଶ୍ରୀମତୀ ଅନୁ ଗର୍ଗ, କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡ଼ିଶା ସରକାର

 ହସ୍ତତନ୍ତ ଓ ହସ୍ତଶିଳ୍ପର ବିକାଶ କ୍ଷେତ୍ରରେ ଓଡ଼ିଶା ଅଗ୍ରଦୂତ: ଶ୍ରୀମତୀ ଗୁହା ପୁନମ ତାପସ କୁମାର, କମିଶନର-ତଥା-ଶାସନ ସଚିବ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ସରକାର

ଭୁବନେଶ୍ୱର : ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରର ବିକାଶ ତଥା ବୁଣାକାର ଓ ହସ୍ତଶିଳ୍ପୀଙ୍କ କଲ୍ୟାଣ ଆମର ପ୍ରାଥମିକତା । ସେମାନଙ୍କୁ ଉନ୍ନତ ଉପକରଣ ପ୍ରଦାନ ଦ୍ଵାରା ସେମାନଙ୍କ ସମୟ, ଶକ୍ତି ଓ ଶ୍ରମ ହ୍ରାସ ହେବା ସହ ଉନ୍ନତମାନର ସାମଗ୍ରୀ ପ୍ରସ୍ତୁତ ହୋଇପାରିବ ବୋଲି ଭାରତ ସରକାରଙ୍କ ବୟନଶିଳ୍ପ ମନ୍ତ୍ରାଳୟର ସଚିବ ଶ୍ରୀମତୀ ନୀଲମ ଶମ୍ମି ରାଓ କହିଛନ୍ତି। ଭୁବନେଶ୍ୱର ତାଜ ଭିଭାନ୍ତା ହୋଟେଲଠାରେ ଆୟୋଜିତ ଦୁଇ ଦିନିଆ ଜାତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସମ୍ମିଳନୀର ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି । ଏହି କ୍ଷେତ୍ରର ବିକାଶ ପାଇଁ ମିଳିତ ପ୍ରୟାସ, କ୍ଲଷ୍ଟର-ଆଧାରିତ ଅଭିବୃଦ୍ଧି, ଉନ୍ନତ ଡିଜାଇନ୍, ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ, ଡିଜିଟାଲ୍ ମାର୍କେଟିଂକୁ ସେ ଗୁରୁତ୍ଵାରୋପ କରିଥିଲେ । କାରିଗର ଏବଂ ସରକାରଙ୍କ ମଧ୍ୟରେ ଥିବା ବ୍ୟବଧାନକୁ କମ କରିବା ପାଇଁ ମାର୍ଗଦର୍ଶନ କରିଥିଲେ ।

ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏହି ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରମ୍ପରିକ କୌଶଳ ସହ ନବସୃଜନର ମିଶ୍ରଣ କରି ସମୟ ଉପଯୋଗୀ ସାମଗ୍ରୀ ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କରିଥିଲେ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ କେବଳ ଗ୍ରାମୀଣ ଭାରତର ଆର୍ଥିକ ମେରୁଦଣ୍ଡ ନୁହେଁ ବରଂ ଦେଶର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଐତିହ୍ୟର ଜୀବନ୍ତ ପରିଚୟ । କାରିଗର ଓ ବୁଣାକାରଙ୍କ ସମ୍ମାନ ଏବଂ କଲ୍ୟାଣର ଆହ୍ୱାନ ଦେଇ ସେ ଭିତ୍ତିଭୂମି ବିକାଶ, କଞ୍ଚାମାଲ ଯୋଗାଣ ଶୃଙ୍ଖଳର ସୁଦୃଢୀକରଣ, ନୂତନ ଗୋଦାମ ନିର୍ମାଣ, ପ୍ରଶିକ୍ଷଣ, ସଂରକ୍ଷଣ ଏବଂ ବଜାର ସଂଯୋଗ ଉପରେ ଆଲୋକପାତ କରିଥିଲେ ।

ଶ୍ରୀମତୀ ଏମ୍. ବୀଣା, ଉନ୍ନୟନ ଆୟୁକ୍ତ (ହସ୍ତତନ୍ତ) ଏବଂ ଅମୃତା ରାଜ, ଉନ୍ନୟନ ଆୟୁକ୍ତ (ହସ୍ତଶିଳ୍ପ) ଭାରତୀୟ ସାମଗ୍ରୀର ବିଶ୍ୱସ୍ତରୀୟ ବ୍ରାଣ୍ଡିଂକୁ ଅଧିକ ଧ୍ୟାନ ଦେବାକୁ କହିଥିଲେ। ହସ୍ତତନ୍ତ ଏବଂ ହସ୍ତଶିଳ୍ପ ପ୍ରତି ଯୁବ ପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ଡିଜାଇନ୍ ଉପରେ ଗୁରୁତ୍ଵାରୋପ କରିଥିଲେ । ବିକ୍ରୟ ବୃଦ୍ଧି ପାଇଁ ବାର୍ଷିକ ପ୍ରଦର୍ଶନୀ କ୍ୟାଲେଣ୍ଡର୍ ପ୍ରସ୍ତୁତି ଏବଂ ରପ୍ତାନି କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଅଧିକ ପ୍ରୋତ୍ସାହନ ଦେବାକୁ ପରାମର୍ଶ ଦେଇଥିଲେ ।

ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର କହିଥିଲେ, ବୁଣାକାର ଏବଂ କାରିଗରଙ୍କ ମଙ୍ଗଳ ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ । ରାଜ୍ୟର ପ୍ରତିବଦ୍ଧତା ଅନ୍ୟମାନଙ୍କ ପାଇଁ ଉଦାହରଣଯୋଗ୍ୟ । ଏହାର ଅଧିକ ବିକାଶ ପାଇଁ ଦକ୍ଷତା ବିକାଶ, କ୍ଲଷ୍ଟର ସମର୍ଥନ, ନୂଆ ଡିଜାଇନ୍, ନବସୃଜନ, ଡିଜିଟାଲ୍ ସଶକ୍ତିକରଣ ଆଦି ବିଭିନ୍ନ ଦିଗ ଉପରେ ସେ ଆଲୋଚନା କରିଥିଲେ ।

ଭାରତର ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ଏହି ସମ୍ମିଳନୀ ଜ୍ଞାନର ଆଦାନପ୍ରଦାନ ଦିଗରେ ଏକ ପ୍ରଭାବଶାଳୀ ମଞ୍ଚ ଭାବରେ କାର୍ଯ୍ୟ କରିଥିଲା । ନୂତନ ଯୋଜନା ପ୍ରଣୟନ ଦିଗରେ ଏହା ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା । ଭାରତର ସମୃଦ୍ଧ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ପରମ୍ପରାକୁ ପ୍ରୋତ୍ସାହିତ ଏବଂ ସଂରକ୍ଷଣ କରିବାରେ ଓଡ଼ିଶାର ନେତୃତ୍ୱକୁ ସ୍ୱୀକାର କରି ଏହି ସମ୍ମିଳନୀର ସଫଳ ଆୟୋଜନକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ ।

Previous Post

ଓଡ଼ିଶାରେ ହେବ ୯୨ ରେଳ ଓଭର୍‌ବ୍ରିଜ

Next Post

ସବୁ ତହସିଲ୍‌ରେ ହେବ ସବ୍-ରେଜିଷ୍ଟ୍ରେସନ ଅଫିସ୍

FNN WEB

FNN WEB

Next Post
ସବୁ ତହସିଲ୍‌ରେ ହେବ ସବ୍-ରେଜିଷ୍ଟ୍ରେସନ ଅଫିସ୍

ସବୁ ତହସିଲ୍‌ରେ ହେବ ସବ୍-ରେଜିଷ୍ଟ୍ରେସନ ଅଫିସ୍

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026
ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

March 7, 2026
୨୪ରେ ମିଳିବ ସୁଭଦ୍ରା ଟଙ୍କା, ଏକାସାଙ୍ଗରେ ଦୁଇଟି କିସ୍ତିର ଟଙ୍କା ମିଳିବ

ଆଜି ମହିଳା ଦିବସରେ ମିଳିବ ‘ସୁଭଦ୍ରା’ ଚତୁର୍ଥ କିସ୍ତି

March 7, 2026
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026
ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

March 7, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.