• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ସବୁ ତହସିଲ୍‌ରେ ହେବ ସବ୍-ରେଜିଷ୍ଟ୍ରେସନ ଅଫିସ୍

FNN WEB by FNN WEB
November 1, 2025
in ଓଡ଼ିଶା, ମୁଖ୍ୟ ଖବର
0
ସବୁ ତହସିଲ୍‌ରେ ହେବ ସବ୍-ରେଜିଷ୍ଟ୍ରେସନ ଅଫିସ୍
0
SHARES
3
VIEWS

ଭୁବନେଶ୍ୱର : ରାଜ୍ୟର ସବୁ ତହସିଲରେ ସବ୍‌ ରେଜିଷ୍ଟ୍ରେସନ ଅଫିସ୍ ଖୋଲାଯିବ। ଆଜି ରାଜ୍ୟର ୧୩ଟି ଜିଲ୍ଲାର ୪୪ଟି ତହସିଲରେ ନୂଆ ସବ୍‌-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରୀ ସେବା ସୁବିଧାରେ ପାଇବା ହେଉଛି ଲୋକଙ୍କ ଅଧିକାର। ଲୋକଙ୍କୁ ସମ୍ମାନର ସହିତ ଉତ୍ତମ ସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ରାଜସ୍ୱ ବିଭାଗ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ନୂଆ ଉପନିବନ୍ଧନ ବା ସବ୍‌-ରେଜିଷ୍ଟ୍ରେସନ କାର୍ଯ୍ୟାଳୟର ଉଦ୍‌ଘାଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂହ, ରାଜସ୍ୱ ରେଜିଷ୍ଟ୍ରେସନ ଇନସ୍ପେକ୍ଟର ଜେନେରାଲ ପି ଅନ୍ବେଷା ରେଡୀଙ୍କ ସହିତ ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଆଭାସୀ ଜରିଆରେ ୧୩ଟି ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ତହସିଲଦାର ଓ ସବ୍‌-ରେଜିଷ୍ଟ୍ରାର୍‌ ମାନେ ଯୋଗଦେଇଥିଲେ। ସୂଚନାଯୋଗ୍ୟ, ରାଜ୍ୟର ସମୁଦାୟ ୩୧୭ ତହସିଲ ମଧ୍ୟରୁ ୨୧୭ ତହସିଲରେ ପୂର୍ବରୁ ସବ୍‌-ରେଜିଷ୍ଟ୍ରେସନ ଅଫିସ୍ ଖୋଲାଯାଇଛି। ଅବଶିଷ୍ଟ ୧୦୦ରୁ ଆଜି ୪୪ଟି ସବ୍‌-ରେଜିଷ୍ଟ୍ରେସନ ଅଫିସ ଖୋଲାଗଲା। ବାକି ୫୬ଟି ପର୍ଯ୍ୟାୟକ୍ରମେ ଚଳିତବର୍ଷ ଶେଷ ସୁଦ୍ଧା ଖୋଲିବାପାଇଁ ଯୋଜନା ରଖାଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ୧୬ ମାସ ଧରି ଆମ ସରକାର ପ୍ରଶାସନିକ ବ୍ୟବସ୍ଥାରେ ଅନେକ ସଂସ୍କାର ଆଣିଛନ୍ତି। ଆମର ମୂଳ ଲକ୍ଷ୍ୟ ହେଉଛି ଶାସନ ବ୍ୟବସ୍ଥାକୁ ସ୍ୱଚ୍ଛ, ପାରଦର୍ଶୀ ଓ ଲୋକାଭିମୁଖୀ କରିବା। ଯେତେଦୂର ସମ୍ଭବ ଶାସନ ବ୍ୟବସ୍ଥାକୁ ଲୋକଙ୍କ ଦୁଆର ମୁହଁକୁ ନେବା ହେଉଛି ଆମର ମୁଖ୍ୟ ଲକ୍ଷ୍ୟ। ଖୁସିର କଥା ଏହା ହାସଲ କରିବା ପାଇଁ ଟେକ୍ନୋଲୋଜିର ଉପଲବ୍ଧତା ରହିଛି। ଟେକ୍ନୋଲୋଜିର ବ୍ୟବହାର କରି ସରକାର ଲୋକଙ୍କ ନିକଟତର ହୋଇପାରୁଛନ୍ତି ଏବଂ ଜନସାଧାରଣ ଘରେବସି ଅନେକ ସରକାରୀ ସେବା ସୁବିଧାରେ ପାଇପାରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ରାଜ୍ୟ ସରକାର ୩୨ଟି ବିଭାଗର ୪୩୩ଟି ସେବାକୁ ଅନ୍‌ଲାଇନ ଜରିଆରେ ଯୋଗାଇ ଦେଉଛନ୍ତି। ନିକଟରେ ଜମିଜମା ପଞ୍ଜୀକରଣ ପାଇଁ ସ୍ଲଟ୍ ବୁକିଂ ନିମନ୍ତେ ଇ-ରେଜିଷ୍ଟ୍ରେସନ ମୋବାଇଲ୍ ଆପ୍‌ର ମଧ୍ୟ ଶୁଭାରମ୍ଭ ହୋଇଥିଲା। ଏଥିରେ ସ୍ଲଟ ବୁକିଂ ସହିତ ଇ.ସି ଏବଂ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ମଧ୍ୟ ମିଳିପାରୁଛି। ଉଦ୍ଦେଶ୍ୟ ହେଉଛି ଯେତେଦୂର ସମ୍ଭବ ଲୋକଙ୍କୁ ସୁବିଧାରେ ଓ ସହଜରେ ସେବା ଯୋଗାଇଦେବା।

ସ୍ମାର୍ଟ ସର୍ଭେଲାନ୍‌ସ ଜରିଆରେ ସମସ୍ତ ସବ୍‌-ରେଜିଷ୍ଟ୍ରେସନ ଅଫିସକୁ ସିସିଟିଭି ଜରିଆରେ ନୀରିକ୍ଷଣ କରାଯାଉଛି। ଏହାଦ୍ୱାରା କର୍ମଚାରୀ ମାନଙ୍କର ସମୟାନୁବର୍ତ୍ତୀତା ଏବଂ ପାରଦର୍ଶିତାକୁ ସୁନିଶ୍ଚିତ କରାଯାଇ ପାରୁଛି। ଉପନିବନ୍ଧନ କାର୍ଯ୍ୟାଳୟକୁ ଦୁର୍ନୀତି ମୁକ୍ତ ଓ ମଧ୍ୟସ୍ଥି ମୁକ୍ତ କରିବା ଦିଗରେ ଏହି ସ୍ମାର୍ଟ ନିରୀକ୍ଷଣ ବ୍ୟବସ୍ଥା ଖୁବ୍ ଉପଯୋଗୀ ହୋଇପାରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସବୁ ତହସିଲରେ ସବ୍‌ରେଜିଷ୍ଟ୍ରେସନ ଅଫିସ ଖୋଲିବା ଦ୍ବାରା ଜନସାଧାରଣଙ୍କୁ ଅନେକ ସୁବିଧା ମିଳିପାରିବ। ଦୂରଦୂରାନ୍ତକୁ ଯାଇ ଜମି ପଞ୍ଜୀକରଣ କରିବାର ଅସୁବିଧା ଓ ଖର୍ଚ୍ଚରୁ ମୁକ୍ତି, ସମୟଉପଯୁକ୍ତ ପଞ୍ଜୀକରଣ, ସହଜରେ ମ୍ୟୁଟେସନ ପଟ୍ଟା ଉପଲବ୍ଧ , ରାଜସ୍ୱ ସଂଗ୍ରହରେ ଉନ୍ନତି ଏବଂ ସର୍ବୋପରି ଜମି ପଞ୍ଜୀକରଣରେ ପାରଦର୍ଶିତା ବୃଦ୍ଧି ହୋଇପାରିବ ବୋଲି ସେ କହିଥିଲେ।

ନୂଆ ସରକାର ଆସିବା ପରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ନେତୃତ୍ୱରେ ବିଭାଗ ପକ୍ଷରୁ ଲୋକଙ୍କୁ ସେବା ପ୍ରଦାନ କରିବାରେ ଦକ୍ଷତା ଆସିଛି ବୋଲି ମତଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ବିଭାଗ ଅଳ୍ପ ସମୟ ମଧ୍ୟରେ ୨, ୧୮,୬୧,୦୬୩ଟି ସେବା ଅନଲାଇନ ଜରିଆରେ ଯୋଗାଇଦେଇଥିବା ବେଳେ ୨୫ ହଜାରରୁ ଅଧିକ ବାସଗୃହହୀନ ଲୋକଙ୍କୁ ଘରବାଡି ପଟ୍ଟା ଦିଆଯାଇଛି। ୨୭ ଲକ୍ଷ ଖାତାକୁ ସର୍ବେକ୍ଷଣ କରାଯାଇ ମୃତ ଲୋକଙ୍କ ଜମିବାଡିକୁ ସେମାନଙ୍କ ଉତ୍ତରାଧିକାରୀଙ୍କ ନାମରେ ରେକର୍ଡ କରାଯାଇଛି। ଏହା ସହିତ ଗତ ଏକ ବର୍ଷ ମଧ୍ୟରେ ୨୩ ହଜାର ୯୮୮ଟି ସରକାରୀ ଶିକ୍ଷାନୁଷ୍ଠାନକୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇ ପାରିଛି। ଏହି ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜସ୍ୱ ମନ୍ତ୍ରୀ, ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ।

ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଲେ ଯେ, ଜମି କିଣାବିକା ସମୟରେ ସାଧାରଣତଃ ଭାବେ ଲୋକମାନେ ବହୁତ ହନ୍ତସନ୍ତ ହୁଅନ୍ତି। ଏଥି ପାଇଁ ବିଭାଗରେ ସଂସ୍କାର ଅଣାଯାଇ ସବୁ ତହସିଲରେ ସବ୍‌ ରେଜିଷ୍ଟ୍ରେସନ୍ ଖୋଲାଯିବା, କିଣାବିକା ପ୍ରକ୍ରିୟାକୁ ସରଳ କରିବା, ରାଜସ୍ୱ ରେକର୍ଡକୁ ସଂଶୋଧନ କରିବା, କ୍ୟାସଲେସ୍ ଅର୍ଥ ନେଣ-ଦେଣ ଏବଂ ତ୍ୱରିତ ପଟ୍ଟା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉଛି। ବ୍ୟବସ୍ଥାକୁ ସହଜ, ସରଳ ଓ ସମୟୋପଯୋଗୀ କରିବା ଦିଗରେ ରାଜସ୍ୱ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି ବୋଲି ସେ କହିଥିଲେ।

ସେ କହିଥିଲେ ଯେ, ତହସିଲ ଅଫିସ ଓ ସବ୍‌-ରେଜିଷ୍ଟ୍ରେସନ ଅଫିସକୁ କୋ-ଟର୍ମିନସ୍‌ କରାଯାଇଛି ବା ସମାନ କରାଯାଇଛି। ଏହା ଦ୍ବାରା ତହସିଲର ସମସ୍ତ ସେବା ଲୋକମାନେ ଗୋଟିଏ ଯାଗାରେ ସୁବିଧାରେ ପାଇପାରିବେ। ଅନେକ ଦିନ ଧରି ପାର୍ଟ ପ୍ଲଟ ବିକିବା ବ୍ୟବସ୍ଥା ବନ୍ଦ ଥିବାରୁ ଜନସାଧାରଣଙ୍କ ସୁବିଧା ପାଇଁ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ, ଏହାକୁ ଅନୁମୋଦନ ଦିଆଯାଇଛି। ଏହାଦ୍ବାରା ଜନସାଧାରଣ ସୁବିଧାରେ ଜମି କିଣାବିକା କରିପାରୁଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂହ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ରାଜସ୍ୱ ରେଜିଷ୍ଟ୍ରେସନ ଇନସ୍ପେକ୍ଟର ଜେନେରାଲ ପି ଅନ୍ବେଷା ରେଡୀ ଧନ୍ୟବାଦ ଅର୍ପଣ କରିଥିଲେ।

Previous Post

ଦୁଇ ଦିନିଆ ହସ୍ତତନ୍ତ ଓ ହସ୍ତଶିଳ୍ପ ସମ୍ମିଳନୀ ଉଦଯାପିତ

Next Post

ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ପ୍ରତିଷ୍ଠା ଦିବସ ପାଳିତ

FNN WEB

FNN WEB

Next Post
ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ପ୍ରତିଷ୍ଠା ଦିବସ ପାଳିତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
Jindal Foundation Marks Seva Diwas with Acts of Compassion and Care

Jio Platforms IPO Creates History: First IPO to Cross 1 Crore Applications and Counting, Bidding Open Till 7 PM Today

October 23, 2026
Jindal Foundation Marks Seva Diwas with Acts of Compassion and Care

Jindal Foundation Marks Seva Diwas with Acts of Compassion and Care

October 23, 2026
୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

Jindal Foundation Marks Seva Diwas with Acts of Compassion and Care

Jio Platforms IPO Creates History: First IPO to Cross 1 Crore Applications and Counting, Bidding Open Till 7 PM Today

October 23, 2026
Jindal Foundation Marks Seva Diwas with Acts of Compassion and Care

Jindal Foundation Marks Seva Diwas with Acts of Compassion and Care

October 23, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.