• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବିହାର ବିଧାନସଭା ନିର୍ବାଚନ: ଏକଜିଟ ପୋଲ, ଆକଳନରେ ଏନଡିଏ ଆଗରେ

FNN WEB by FNN WEB
November 11, 2025
in ଓଡ଼ିଶା, ଜାତୀୟ, ମୁଖ୍ୟ ଖବର
0
ବିହାର ବିଧାନସଭା ନିର୍ବାଚନ: ଏକଜିଟ ପୋଲ, ଆକଳନରେ ଏନଡିଏ ଆଗରେ
0
SHARES
1
VIEWS

ପାଟଣା: ହାଇଭୋଲଟେଜ ବିହାର ବିଧାନସଭା ପାଇଁ ଭୋଟିଂ ଶେଷ ହୋଇଛି। ନଭେମ୍ବର ୬ ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଓ ଆଜି ବାକି ଥିବା ୧୨୨ଟି ଆସନ ପାଇଁ ମତଦାନ ଶେଷ ହୋଇଛି। ମତଦାନ ଶେଷ ହେବା ସହ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି। ଆସନ୍ତା ୧୪ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ସନ୍ଧ୍ୟା ୫ଟା ସୁଦ୍ଧା ବିହାରର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହାର ପ୍ରାୟ ୬୭.୧୪% ରହିଛି। କିଷ୍ଣନଗଞ୍ଜ, କଟିହର, ପୁର୍ଣ୍ଣେଆ ଓ ଆରାରିୟାରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି। ଏହି ୪ ଜିଲ୍ଲାରେ ସନ୍ଧ୍ୟା ୫ଟା ସୁଦ୍ଧା ଯଥାକ୍ରମେ ୭୬.୨୬%, ୭୫.୨୩%, ୭୩.୭୯% ଓ ୬୭.୭୯% ଭୋଟିଂ ରେକର୍ଡ ହୋଇଛି। ନାୱାଡାକୁ ଛାଡ଼ି ବାକି ସବୁ ଜିଲ୍ଲାରେ ଭୋଟିଂ ହାର ୬୦% ଉପରେ ରହିଛି। ନାୱାଡାରେ ୫୭.୧୧% ଭୋଟି ହୋଇଥିବା ସୂଚନା ମିଳିଛି। ଧାର୍ଯ୍ୟ ସମୟ ସନ୍ଧ୍ୟା ୬ଟେ ପରେ ମଧ୍ୟ ଅନେକ ବୁଥରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ସମୟ ଶେଷ ହୋଇଥିଲେ ହେଁ ଧାଡ଼ିରେ ଥିବା ଲୋକମାନେ ଭୋଟ ଦେବେ। କିନ୍ତୁ ସନ୍ଧ୍ୟା ୬ଟା ଯାଏ ଭୋଟିଂ ସମୟ ଥିବାରୁ ବିଧିବଦ୍ଧ ଭାବେ ବିହାର ନିର୍ବାଚନ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଭୋଟିଂ ହାର ୬୫% ରହିଥିଲା। ୨୦୨୫ ବିହାରବାସୀ ରେକର୍ଡ ସଂଖ୍ୟକ ଭୋଟିଂ କରିଛନ୍ତି।

ଭୋଟିଂ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ବୁଥ ବାହୁଡ଼ା ମତ ବା ଏକଜିଟ ପୋଲ ରେଜଲ୍ଟ ଜାରି କରାଯାଇଛି। ଅଧିକାଂଶ ସର୍ଭେ ସଂସ୍ଥା ବିହାର ଶାସନରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସଙ୍କେତ ଦେଇଛନ୍ତି। ଅର୍ଥାତ ବିଜେପି ନେତୃତ୍ୱାଧୀନ ଏନଡିଏ ପୁଣି ବିହାରରେ ଶାସନ ଜାରି ରଖିବ। ସେହିପରି ବିହାର ବିଜୟ ପାଇଁ ବିରୋଧୀ ମେଣ୍ଟ ଯେଉଁ ସ୍ୱପ୍ନ ଦେଖିଥିଲା, ତା’ହା ଏଥର ପୁଣି ଅଧା ରହିବ ବୋଲି ଏକଜିଟ ପୋଲରେ ଦାବି କରାଯାଇଛି। ମୁଖ୍ୟ ସର୍ଭେ ଏଜେନ୍ସି ୨୪୩ ସିଟ୍ ବିଶିଷ୍ଟ ବିହାର ବିଧାନସଭା ଆସନର କଳ୍ପନା ଜଳ୍ପନା ଆରମ୍ଭ କରିଦେଇଛନ୍ତି। ମାଟରାଇଜ୍-ଆଇଏଏନଏସର ଏକଜିଟ୍ ପୋଲ୍ ସାମ୍ନାକୁ ଆସିଛି ଯେଉଁଥିରେ ଏନଡିଏକୁ ୧୪୭-୧୬୭ ତଥା ମହାମେଣ୍ଟକୁ ୭୦-୯୦ ଆସନ ମିଳିବା ଅନୁମାନ କରାଯାଉଛି। ପୋଲ୍ସ ଅଫ୍ ପୋଲ୍ସରେ ମଧ୍ୟ ଏନଡିଏ ୧୩୮-୧୫୫ ଆସନ ହାସଲ କରିବା ନେଇ ଆକଳନ କରାଯାଇଛି। ତେବେ ମହାମେଣ୍ଟକୁ ୮୨-୯୮, ଜନସୁରାଜକୁ ୦-୨ ଓ ଅନ୍ୟାନ୍ୟଙ୍କୁ ୩-୭ ଆସନ ମିଳିବା ଅନୁମାନ କରାଯାଇଛି। ପିପୁଲ୍ସ ଇନସାଇଟର ଏକଜିଟ୍ ପୋଲରେ ମଧ୍ୟ ଏନଡିଏକୁ ୧୩୩-୧୪୮ ସିଟ୍ ମିଳିବା ଆକଳନ କରାଯାଇଛି । ମହାମେଣ୍ଟ ଖାତାରେ ୮୭-୧୦୨ ଆସନ ଜିତୁଥିବା ଦେଖିବାକୁ ମିଳୁଛି। ଜନସୁରାଜକୁ ୦-୨ ସିଟ୍ ତଥା ଅନ୍ୟାନ୍ୟ ୩-୬ ଆସନ ମିଳିବା ଅନୁମାନ କରାଯାଉଛି। ଜେଭିସି ଏକଜିଟ୍ ପୋଲରେ ମଧ୍ୟ ଏନଡିଏକୁ ବମ୍ପର ବହୁମତ ମିଳୁଥିବା ନଜର ଆସୁଛି। ଏଥିରେ ଏନଡିଏକୁ ୧୩୫-୧୫୦ ସିଟ୍ ମିଳିବା ଅନୁମାନ କରାଯାଉଛି। ତେବେ ମହାମେଣ୍ଟକୁ ୮୮-୧୦୩ ସିଟ୍ ମିଳୁଥିବା ଦେଖାଯାଉଛି । ଅନ୍ୟାନ୍ୟ ଖାତାରେ ୩-୬ ସିଟ୍ ଜିତିବା ଅନୁମାନ କରାଯାଉଛି। ତେବେ ଏହି କଳ୍ପନା ଜଳ୍ପନା ୧୪ ନଭେମ୍ବରରେ ସ୍ପଷ୍ଟ ହେବ ଏବଂ କିଏ କ୍ଷମତାରେ ବସିବ ତାହା ଜଣାପଡିବ।

Previous Post

ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ମହକ’ ଉଦ୍‌ଘାଟିତ

Next Post

ନୂଆପଡ଼ା ବିଧାନସଭା ଉପନିର୍ବାଚନ: ୭୯.୯୩% ମତଦାନ

FNN WEB

FNN WEB

Next Post
ନୂଆପଡ଼ା ବିଧାନସଭା ଉପନିର୍ବାଚନ: ୭୯.୯୩% ମତଦାନ

ନୂଆପଡ଼ା ବିଧାନସଭା ଉପନିର୍ବାଚନ: ୭୯.୯୩% ମତଦାନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.