• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ନୂଆପଡ଼ା ବିଧାନସଭା ଉପନିର୍ବାଚନ: ୭୯.୯୩% ମତଦାନ

FNN WEB by FNN WEB
November 11, 2025
in ଓଡ଼ିଶା, ମୁଖ୍ୟ ଖବର
0
ନୂଆପଡ଼ା ବିଧାନସଭା ଉପନିର୍ବାଚନ: ୭୯.୯୩% ମତଦାନ
0
SHARES
1
VIEWS

୧୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍‌, ୧୪ରେ ଗଣତି
ଭୁବନେଶ୍ବର: ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ସରିଛି ନୂଆପଡ଼ା ଉପ ନିର୍ବାଚନ ପାଇଁ ମତଦାନ। ମାଓ ଇଲାକା ସୁନାବେଡ଼ା ହେଉ କିମ୍ବା ବ୍ୟାବସାୟିକ ପେଣ୍ଠ ଖରିଆର ରୋଡ୍। ସବୁଠି ବେଶ୍ ଉତ୍ସାହର ସହ ନିଜ ନିଜର ମତ ସାବ୍ୟସ୍ତ କରିଛନ୍ତି ଜିଲ୍ଲାର ୨ ଲକ୍ଷ ୫୩ ହଜାରରୁ ଅଧିକ ମତଦାତା। ଜନତା ଜନାର୍ଦ୍ଦନ ଭାଗ୍ୟ ନିର୍ଦ୍ଧାରଣ କରିବା ପରେ ଇଭିଏମ୍‌ରେ ସିଲ୍ ହୋଇଛି ୧୪ ପ୍ରାର୍ଥୀଙ୍କ ଭାଗ୍ୟ। ସଂଧ୍ୟା ୭ଟା ସୁଦ୍ଧା ମତଦାନ ଥିଲା ୭୭.୯୩ ପ୍ରତିଶତ। ଉତ୍ସାହର ସହ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ନୂଆପଡ଼ାବାସୀ । ଲମ୍ବା ସମୟ ଲାଇନରେ ଛିଡା ହୋଇ ନିଜର ବହୁମୂଲ୍ୟ ଭୋଟ ଦେଇଛନ୍ତି । ଉପ-ନିର୍ବାଚନରେ ଭୋଟ ଦେବାକୁ ମତଦାତାଙ୍କ ମଧ୍ୟରେ ଏଭଳି ଉତ୍ସାହ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଅଞ୍ଚଳର ବିକାଶ ପାଇଁ ଭୋଟ ଦେଇଛୁ । ତେବେ ରେକର୍ଡ ସଂଖ୍ୟକ ଭୋଟ କାହା ସପକ୍ଷରେ ପଡିଛି ତାହାକୁ ନେଇ ଦ୍ବନ୍ଦ୍ବରେ ତିନି ଦଳ । ନୂଆପଡ଼ା ଉପ-ନିର୍ବାଚନର ଫଳାଫଳ ଓଡ଼ିଶା ରାଜନୀତିର ଆଗାମୀ ଦିଶା ନିର୍ଦ୍ଧାରଣ କରିବ। ପ୍ରାର୍ଥୀଙ୍କ ଭବିଷ୍ୟତ ଅପେକ୍ଷା ଫଳାଫଳ ଉପରେ ୩ ଦଳର ଭାଗ୍ୟ ନିର୍ଭର କରୁଛି ।

ସନ୍ଧ୍ୟାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଆର.ଏସ୍ ଗୋପାଳନ କହିଛନ୍ତି ଯେ, ନୂଆପଡ଼ା ବିଧାନସଭା ମଣ୍ଡଳୀର ସମସ୍ତ ୪୭ଟି ସମ୍ବେଦନଶୀଳ ବୁଥରେ ଭୋଟିଂ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ସୁନାବେଡ଼ାର ୮ଟି ଅତି ସମ୍ବେଦନଶୀଳ ବୁଥରେ ମତଦାନ ଶେଷ ହୋଇଛି । ସୁନାବେଡ଼ାରୁ ହେଲିକପ୍ଟର ଯୋଗେ ପୋଲିଂ ପାର୍ଟି ଫେରି ଆସିଛନ୍ତି । ୧୬୫ଟି ବୁଥରେ ମତଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ ହୋଇଛି । ବାକି ମତଦାନ କେନ୍ଦ୍ରଗୁଡ଼ିକରେ ୫ଟା ସୁଦ୍ଧା ମତଦାନ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି। ଭୋଟ୍ କେନ୍ଦ୍ରଗୁଡ଼ିକରେ ସିସିଟିଭି କ୍ୟାମେରା ମାଧ୍ୟମରେ ନଜର ରଖାଯାଇଥିଲା ଏବଂ ଜିଲ୍ଲା ଓ ରାଜ୍ୟ ମୁଖ୍ୟାଳୟରୁ ଏହାର ସିଧାସଳଖ ତଦାରଖ କରାଯାଉଥିଲା । ସମସ୍ତ ସମ୍ବେଦନଶୀଳ କେନ୍ଦ୍ର ସମେତ ସବୁ ଅଂଚଳରେ ଭୋଟ୍ ଗ୍ରହଣ ଶାନ୍ତିପୂର୍ଣ୍ଣ ରହିଥିଲା । ଷ୍ଟ୍ରଙ୍ଗରୁମ୍ ଯାଂଚ ସରିଛି । ଆସନ୍ତାକାଲି ସୁଦ୍ଧା ଏହାକୁ ସିଲ୍ କରାଯିବ ବୋଲି ଶ୍ରୀ ଗୋପାଳନ ସୂଚନା ଦେଇଛନ୍ତି ।

ଉପନିର୍ବାଚନକୁ ସ୍ୱଚ୍ଛ, ପାରଦର୍ଶୀ ଓ ଅବାଧ କରିବା ନିମନ୍ତେ ନିର୍ବାଚନ ଆୟୋଗ ଦୁଇଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବିତ କରିଛନ୍ତି। ଭୋଟ୍ ଗୋପନୀୟତା ଉଲ୍ଲଙ୍ଘନ ଅଭିଯୋଗରେ ବୁଥ୍ ନମ୍ବ ୩୬ (କୁଳିଆବନ୍ଧା)ର ପ୍ରିଜାଇଡିଂ ଅଧିକାରୀ ଧନଞ୍ଜୟ ମଲ୍ଲିକ୍ ଏବଂ ବୁଥ୍ ନମ୍ବର ୪୬ର (ବିରୋମଲ)ର ପ୍ରିଜାଇଡିଂ ଅଫିସର ସନ୍ଦୀପ କୁମାର ସ୍ୱାଇଁଙ୍କୁ ନିଲମ୍ବିତ କରାଯାଇଛି । ଜଣେ ବୃଦ୍ଧା ମତଦାତାଙ୍କ ସହଯାତ୍ରୀ ତାଙ୍କ ଭୋଟ୍ ଦେବାରେ ହସ୍ତକ୍ଷେପ କରିଥିଲେ ।

ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ଏହା ଗୋପନୀୟତା ଉଲ୍ଲଙ୍ଘନ । ତେଣୁ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ସେହିପରି ଅନ୍ୟ ଏକ ଘଟଣାରେ, ବୁଥ୍ ନମ୍ବର-୨୫୦ରେ ଗୋଟିଏ ବଟନ ଚିପିଲେ ଅନ୍ୟ ଗୋଟେ ଚିହ୍ନକୁ ଯାଉଥିବା ଅଭିଯୋଗକୁ ସିଇଓ ଶ୍ରୀ ଗୋପାଳନ ଗୁଜବ ବୋଲି କହିଛନ୍ତି । ସେଠାରେ ଯାଂଚ ପରେ ଏହା ସମ୍ପୂର୍ଣ୍ଣ ଗୁଜବ ବୋଲି ଜାଣିଲୁ ଓ ଭୋଟିଂ ଠିକଠାକ୍ ହୋଇଛି ବୋଲି ସେ କହିଛନ୍ତି ।

ସେହିପରି ବୁଥ ନମ୍ବର-୩୪୧ରେ ତାଙ୍କ ଭୋଟ୍ ଅନ୍ୟ କେହି ଦେଇଦେଇଛି ବୋଲି ଜୟନ୍ତୀ ଛତ୍ରିଆ ନାମକ ଜଣେ ମହିଳା ଭୋଟର ଅଭିଯୋଗ କରିଥିଲେ । କିନ୍ତୁ ସେ ପ୍ରିଜାଇଡିଂ ଅଫିସରଙ୍କୁ ଅଭିଯୋଗ କରିନଥିଲେ । ସେଭଳି ଅଭିଯୋଗ ଆସିଲେ ଟେଣ୍ଡର ଭୋଟିଂ ବ୍ୟବସ୍ଥା ରହିଥିବା ସିଇଓ ସ୍ପଷ୍ଟ କରିଥିଲେ । ବୁଥ ନମ୍ବର-୧୧ ବାହାରେ ପାର୍ଟି ସମ୍ବଲ ସହ ଚିରକୁଟି ଧରି କିଛି ମହିଳା ବୁଥ ବାହାରେ ବସିଥିବା ଅଭିଯୋଗ ହୋଇଥିଲା । ସେମାନଙ୍କଠୁ ସେସବୁ ସାମଗ୍ରୀ ଜବତ କରାଯାଇଥିବା ଶ୍ରୀ ଗୋପାଳନ କହିଛନ୍ତି ।

Previous Post

ବିହାର ବିଧାନସଭା ନିର୍ବାଚନ: ଏକଜିଟ ପୋଲ, ଆକଳନରେ ଏନଡିଏ ଆଗରେ

Next Post

ରାଜ୍ୟ ନିର୍ବାଚନ ଇତିହାସରେ ନୂଆପଡ଼ା ଉପନିର୍ବାଚନ ଏକ କଳଙ୍କମୟ ଅଧ୍ୟାୟ: ବିଜେଡ଼ି

FNN WEB

FNN WEB

Next Post
ରାଜ୍ୟ ନିର୍ବାଚନ ଇତିହାସରେ ନୂଆପଡ଼ା ଉପନିର୍ବାଚନ ଏକ କଳଙ୍କମୟ ଅଧ୍ୟାୟ: ବିଜେଡ଼ି

ରାଜ୍ୟ ନିର୍ବାଚନ ଇତିହାସରେ ନୂଆପଡ଼ା ଉପନିର୍ବାଚନ ଏକ କଳଙ୍କମୟ ଅଧ୍ୟାୟ: ବିଜେଡ଼ି

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.