• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଡିସେମ୍ବରରେ ବିଶ୍ୱ ଶକ୍ତି ନେତାଙ୍କ ସମ୍ମିଳନୀ ଆୟୋଜନ କରିବ ଓଡ଼ିଶା

FNN WEB by FNN WEB
November 13, 2025
in ଓଡ଼ିଶା, ମୁଖ୍ୟ ଖବର
0
ଡିସେମ୍ବରରେ ବିଶ୍ୱ ଶକ୍ତି ନେତାଙ୍କ ସମ୍ମିଳନୀ ଆୟୋଜନ କରିବ ଓଡ଼ିଶା
0
SHARES
1
VIEWS

ଭାରତର ଶକ୍ତି ଭବିଷ୍ୟତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଓଡ଼ିଶା ପ୍ରସ୍ତୁତ

ନୂଆଦିଲ୍ଲୀ: ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ, ଆଇଆଇଟି କାନପୁର ଓ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ମିଳିତ ସହଭାଗୀତାରେ ଆସନ୍ତା ୫ ରୁ ୭ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଓଡ଼ିଶାର ପୁରୀରେ ବିଶ୍ୱ ଶକ୍ତି ନେତାଙ୍କ ସମ୍ମିଳନୀ ୨୦୨୫ ଆୟୋଜିତ ହେବାକୁ ଯାଉଛି। ପ୍ରକୃତି ଏବଂ ନବସୃଜନ ମଧ୍ୟରେ ସମନ୍ୱୟର ପ୍ରତୀକ ସ୍ୱରୂପ ଏହି କାର୍ଯ୍ୟକ୍ରମର ଲୋଗୋ ଆଜି କେନ୍ଦ୍ର ଶକ୍ତି ଏବଂ ନବୀନ ଓ ନବୀକରଣୀୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶ୍ରୀପଦ ୟେସୋ ନାୟକ, ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉପମୁଖ୍ୟମନ୍ତ୍ରୀ (ଶକ୍ତି, କୃଷି ଏବଂ କୃଷକ ସଶକ୍ତିକରଣ), ଓଡ଼ିଶାଙ୍କ ଦ୍ୱାରା ଆଜି ନୂଆଦିଲ୍ଲୀସ୍ଥିତ ହୋଟେଲ ତାଜମହଲ ଠାରେ ଉନ୍ମୋଚିତ ହୋଇଛି। ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀ ପାଇଁ ସରକାରୀ ୱେବସାଇଟ୍ www.gelsodisha2025.com ମଧ୍ୟ ଉନ୍ମୋଚିତ ହୋଇଛି।
ସମ୍ମିଳନୀର ବିଷୟବସ୍ତୁ ହେଉଛି “ଭାରତକୁ ଶକ୍ତି ପ୍ରଦାନ: ପର୍ଯ୍ୟାପ୍ତ, ସନ୍ତୁଳନ ଓ ନବସୃଜନ”। ଏହି ତିନୋଟି ପରସ୍ପର ସଂଲଗ୍ନ ପ୍ରାଥମିକତା ପର୍ଯ୍ୟାପ୍ତ ଶକ୍ତି ସୁନିଶ୍ଚିତ କରିବ, ପରିବେଶ ଓ ଅର୍ଥନୀତିକୁ ସନ୍ତୁଳିତ କରିବ ଏବଂ ନବୀକରଣୀୟ ଶକ୍ତିକ୍ଷେତ୍ରରେ ଅଭିନବ ସମାଧାନକୁ ପ୍ରୋତ୍ସାହିତ କରିବ।

ଗ୍ଲୋବାଲ ଏନର୍ଜି ଲିର୍ଡରସ ସମ୍ମିଳନୀ ଭାରତର ସହଭାଗୀ ଶକ୍ତି ଭବିଷ୍ୟତକୁ ଆଗେଇ ନେବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ଶକ୍ତି ମନ୍ତ୍ରୀ ଓ ସଚିବ, ନୀତି ନିର୍ଦ୍ଧାରକ, ଉଦ୍ଭାବକ, ଗବେଷକ ଏବଂ ଶିଳ୍ପ ନେତାମାନଙ୍କୁ ଏକତ୍ରିତ କରିବ। ଏହି ଶିଖର ସମ୍ମିଳନୀ ବିଭିନ୍ନ ରାଜ୍ୟର ଶକ୍ତି ନେତାମାନଙ୍କ ସହିତ ଜାତୀୟ ଏବଂ ବିଶ୍ୱସ୍ତରୀୟ ନେତାମାନଙ୍କ ମଧ୍ୟରେ ଆଲୋଚନା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ।
ଏହା ଭାରତର ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ କରିବା ସହିତ ଯୋଗାଣର ନିର୍ଭରଯୋଗ୍ୟତା ଏବଂ ସୁରକ୍ଷାକୁ ସୁଦୃଢ଼ ​​କରିବ, ପରିବେଶଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସହିତ ଆପତ୍ତିବିହୀନ ସ୍ଥାୟୀ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ । ସୀମାନ୍ତ ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ ଉପକରଣ ମାଧ୍ୟମରେ ଶକ୍ତି ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ଉପରେ ଧ୍ୟାନ ଦେବ। ଶିଖର ସମ୍ମିଳନୀର ଏକ ପ୍ରମୁଖ ଆକର୍ଷଣ ହେବ ଶକ୍ତି କ୍ଷେତ୍ରରେ ସମସାମୟିକ ଏବଂ ଭବିଷ୍ୟତ ପନ୍ଥା ନିରୂପଣ କରିବା। ଆଲୋଚନାର ବିଷୟଗୁଡ଼ିକ ମଧ୍ୟରେ କ୍ଷୁଦ୍ର ଏବଂ ମଡ୍ୟୁଲାର ପରମାଣୁ ପ୍ଲାଣ୍ଟ, ସବୁଜ ହାଇଡ୍ରୋଜେନ୍, ଗ୍ରୀଡର ଡିଜିଟାଲ ସୁରକ୍ଷା ଇତ୍ୟାଦି ଅନ୍ତର୍ଭୁକ୍ତ ଅଟେ। ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର ଗ୍ଲୋବାଲ୍ ଚେଞ୍ଜ ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି କାନପୁର ସହିତ ସହଭାଗୀତାରେ ଏହି ଉଚ୍ଚ-ପ୍ରଭାବଶାଳୀ ସମ୍ମିଳନୀ ଆୟୋଜିତ ହେଉଛି। ଏହା ପ୍ରଥମ ଥର ପାଇଁ ଏପରି ଏକ ଦେଶବ୍ୟାପୀ ପଦକ୍ଷେପ ହେବ।

ମାନ୍ୟବର କେନ୍ଦ୍ର ଶକ୍ତି ଏବଂ ନୂତନ ଏବଂ ନବୀକରଣୀୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶ୍ରୀପଦ ୟେସୋ ନାଏକ ଓଡ଼ିଶାର ଏହି ପଦକ୍ଷେପକୁ ସ୍ୱାଗତ କରି କହିଛନ୍ତି ଯେ “ପର୍ଯ୍ୟାପ୍ତ ଶକ୍ତି ଯୋଗାଣ କେବଳ ଚାହିଦା ପୂରଣ କରିବାରେ ସୀମିତ ନୁହେଁ ବରଂ ନିର୍ଭରଯୋଗ୍ୟ ଓ ସ୍ଥିରତା ସୁନିଶ୍ଚିତ କରିବା ମଧ୍ୟ ଆବଶ୍ୟକ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୭୦ ସୁଦ୍ଧା ନେଟ୍ ଜିରୋ କାର୍ବନ ଲକ୍ଷ୍ୟ ହାସଲ କରିବା ପାଇଁ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।” ଶ୍ରୀ ନାଏକ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସମ୍ମିଳନୀ “ଏକ ନବସୃଜନ-ଚାଳିତ, ସ୍ଥାୟୀ ଶକ୍ତି ଭବିଷ୍ୟତ ପ୍ରତି ଭାରତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।” ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ ଓଡ଼ିଶା ବିଶ୍ୱ ନେତୃତ୍ବଙ୍କୁ ଏକାଠି କରି ଏହି ସ୍ତରର ଏକ ସମ୍ମିଳନୀ ଆୟୋଜନ କରି ଗର୍ବିତ । “ଗ୍ଲୋବାଲ ଏନର୍ଜି ଲିର୍ଡରସ ସମ୍ମିଳନୀ ମାଧ୍ୟମରେ, ଆମେ ଏକ ପ୍ଲାଟଫର୍ମ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଲକ୍ଷ୍ୟରେ ଅନୁପ୍ରାଣିତ ହୋଇ ରାଜ୍ୟଗୁଡ଼ିକ ପରସ୍ପରଠାରୁ ଶିଖିପାରିବେ ଏବଂ ନବସୃଜନକୁ ପ୍ରଗତିରେ ପରିଣତ କରିପାରିବେ,”।

ମାଲେସିଆ, ଇଣ୍ଡୋନେସିଆ, ସିଙ୍ଗାପୁର ଏବଂ ଭୁଟାନ ଭଳି ଅନ୍ୟ ଦେଶର ଶକ୍ତି ମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି ଏବଂ ସେମାନେ ଯୋଗ ଦେବେ ବୋଲି ଆଶା କରାଯାଉଛି। ଭାରତ ଓ ବିଦେଶରୁ ବହୁ ବିଶେଷଜ୍ଞ, ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟର ପ୍ରସିଦ୍ଧ ଅନ୍ତର୍ଜାତୀୟ ବିଶେଷଜ୍ଞ ଗାରେଥ ୱାଲ୍ସ, ପିଏରେ ନୋଏଲ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ଗ୍ଲୋବାଲ୍ ଏନର୍ଜି ଲିଡର୍ସ ଶିଖର ସମ୍ମିଳନୀ ୨୦୨୫ ପରିଚାଳନା ହେଉଛି। କେବଳ ଆଲୋଚନାରେ ସୀମିତ ନ ରହି ପ୍ରତ୍ୟେକ ଅଧିବେଶନ ସ୍ଥାୟୀ ରୋଡମ୍ୟାପ୍ ପ୍ରସ୍ତୁତି ଓ ନୀତି ନିର୍ଦ୍ଧାରଣ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ।

Previous Post

ପ୍ରସ୍ତାବିତ ସାଇନ୍ସ ସିଟି ନିମନ୍ତେ ମନ୍ତ୍ରୀଙ୍କ ସମୀକ୍ଷା

Next Post

ନୀଳଗିରି ହେଉଛି ଜନଶକ୍ତି ଓ ଲୋକତନ୍ତ୍ରର ସ୍ପନ୍ଦନ – ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ନୀଳଗିରି ହେଉଛି ଜନଶକ୍ତି ଓ ଲୋକତନ୍ତ୍ରର ସ୍ପନ୍ଦନ – ମୁଖ୍ୟମନ୍ତ୍ରୀ

ନୀଳଗିରି ହେଉଛି ଜନଶକ୍ତି ଓ ଲୋକତନ୍ତ୍ରର ସ୍ପନ୍ଦନ – ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.