• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ନୀଳଗିରି ହେଉଛି ଜନଶକ୍ତି ଓ ଲୋକତନ୍ତ୍ରର ସ୍ପନ୍ଦନ – ମୁଖ୍ୟମନ୍ତ୍ରୀ

FNN WEB by FNN WEB
November 13, 2025
in ଓଡ଼ିଶା, ମୁଖ୍ୟ ଖବର
0
ନୀଳଗିରି ହେଉଛି ଜନଶକ୍ତି ଓ ଲୋକତନ୍ତ୍ରର ସ୍ପନ୍ଦନ – ମୁଖ୍ୟମନ୍ତ୍ରୀ
0
SHARES
1
VIEWS


ଭୁବନେଶ୍ୱର: ସାରା ଭାରତବର୍ଷରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଏକତା ବର୍ଷ ପାଳନ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବାଲେଶ୍ୱରର ନୀଳଗିରି ଠାରେ ଏକତା ପଦଯାତ୍ରାର ଉଦଘାଟନ କରିଛନ୍ତି। ଏହି ଅବସରରେ ନୀଳଗିରି ଠାରୁ ମିତ୍ରପୁର ପର୍ଯ୍ୟନ୍ତ ଆୟୋଜିତ ପଦଯାତ୍ରାରେ ସାହସ୍ରାଧିକ ଛାତ୍ରଛାତ୍ରୀ, ଯୁବବର୍ଗ, ଜନସାଧାରଣ ଓ ସରକାରୀ ଅଧିକାରୀମାନେ ଭାଗ ନେଇ ପ୍ରାୟ ୯ କି. ମି ବାଟ ପଦଯାତ୍ରା କରିଥିଲେ। ଏଥିସହିତ ଛାତ୍ରଛାତ୍ରୀ ମାନେ ୧୦୦ ଫୁଟ ବିଶିଷ୍ଟ ତ୍ରିରଙ୍ଗା ପତାକା ଧରି ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। ପଦଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀଳଗିରିରେ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ପୁଲିସ୍‌ ପଡ଼ିଆଠାରେ ଆୟୋଜିତ ସ୍ଵାଧୀନତା ସଂଗ୍ରାମ ରେ ବାଲେଶ୍ୱର ଜିଲ୍ଲାର ଭୂମିକା ଏବଂ ସର୍ଦ୍ଦାର ପଟେଲଙ୍କ ଜୀବନୀ ଶୀର୍ଷକ ଫଟୋଚିତ୍ର ପ୍ରଦର୍ଶନୀକୁ ବୁଲି ଦେଖିଥିଲେ ।

ଏହି ଅବସରରେ ଆୟୋଜିତ ସାଧାରଣ ସଭାକୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଏକତା ପଦଯାତ୍ରା କେବଳ ଏକ ସାଧାରଣ ପଦଯାତ୍ରା ନୁହେଁ, ଏହା ଭାରତୀୟତାର ପ୍ରତୀକ, ଦେଶକୁ ଏକ ରଖିବା ପାଇଁ ସାଧାରଣ ନାଗରିକଙ୍କ କର୍ତ୍ତବ୍ୟର ପ୍ରତୀକ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଯେଉଁ ମାଟିରେ ଆମେ ଛିଡା ହୋଇଛେ। ନୀଳଗିରି, ଏହା କେବଳ ଏକ ଭୌଗଳିକ ସ୍ଥାନ ନୁହେଁ। ଏହା ହେଉଛି ଜନଶକ୍ତି ଓ ଲୋକତନ୍ତ୍ରର ସ୍ପନ୍ଦନ। ନୀଳଗିରି ପ୍ରଜା ଆନ୍ଦୋଳନ, ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଏକ ଅଦ୍ଵିତୀୟ ଅଧ୍ୟାୟ। ଯାହା ଶୋଷଣ ବିରୋଧରେ, ଅନ୍ୟାୟ ବିରୋଧରେ, ଏବଂ ଅଧିକାର ପାଇଁ ପ୍ରଜାଙ୍କ ମିଳିତ ସ୍ୱରର “ଏକତା” ର ଗାଥା କୁହେ। ବ୍ରିଟିଶ ବିରୋଧୀ ଆନ୍ଦୋଳନର ପ୍ରଭାବରେ, ନୀଳଗିରିରେ ସ୍ଥାନୀୟ ଯୁବକ, କୃଷକ, ଶ୍ରମିକ, ଶିକ୍ଷିତ ଲୋକେ ଏକତାବଦ୍ଧ ହୋଇଥିଲେ ।

ନୀଳଗିରି ପ୍ରଜା ଆନ୍ଦୋଳନର ପରିଣାମ କେବଳ ରାଜ୍ୟ ଅଧିକାର ନୁହେଁ, ପ୍ରଜାଙ୍କ ଆତ୍ମସମ୍ମାନ, ମର୍ଯ୍ୟାଦା ଏବଂ ଲୋକତନ୍ତ୍ରୀୟ ଚେତନାର ବିଜୟ ଥିଲା। ଏହି ଆନ୍ଦୋଳନ ପ୍ରମାଣ କରିଥିଲା ଯେ, ପ୍ରଜା ଯଦି ଏକତାବଦ୍ଧ ହୁଅନ୍ତି, କୌଣସି ଅତ୍ୟାଚାରୀ ଶକ୍ତି ତାଙ୍କୁ ଦମନ କରିପାରେନି। ଆଜିର ଏହି ଗଣ ପଦଯାତ୍ରା ଆମକୁ ସେହି “ଭିନ୍ନତାରେ ଏକତାର” ସନ୍ଦେଶ ଦେଉଛି। ଜାତି, ଧର୍ମ, ଭାଷା, ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ। ଏହି ଏକତା ହେଉଛି ଆମର ଶକ୍ତି, ଆମର ପରିଚୟ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଆମ ସରକାର ଆସିବା ପରଠୁ, ଏହି ବିଷୟରେ ସଂପୂର୍ଣ୍ଣ ଭାବେ ସଚେତନ ଅଛନ୍ତି ଏବଂ ଯୁବ ବର୍ଗଙ୍କ କଲ୍ୟାଣ ପାଇଁ ନିଯୁକ୍ତି ଠାରୁ ଆରମ୍ଭ କରି ଶିକ୍ଷା, ଖେଳକୁଦ, କ୍ରିଏଟିଭିଟି ପାଇଁ ନୂତନ ସୁଯୋଗ ସରକାର କାର୍ଯ୍ୟକାରୀ କରୁଛନ୍ତି। ମାନନୀୟ ମୋଦୀ ଜୀଙ୍କ ମନ୍ତ୍ର, ଦେଶର ଚାରିବର୍ଗ ଅର୍ଥାତ୍ ‘କୃଷକ, ଗରିବ, ମହିଳା ଏବଂ ଯୁବା’ ଭିତରେ ଯୁବ ଗୋଷ୍ଠୀ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରନ୍ତି। ତେଣୁ ଆମ ସରକାର ବି ମୋଦୀ ଜୀଙ୍କର ଏହି ଭାବନାକୁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା ପାଇଁ ଯାହାସବୁ ସମ୍ଭବ, କରିବା ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ କରୁଛନ୍ତି ମଧ୍ୟ। ଏହି ଅବସରରେ ମୁଁ ଆପଣମାନଙ୍କୁ ଆହ୍ୱାନ କରୁଛି — ଆମେ ସମସ୍ତେ ମିଳିମିଶି ସଂଘବଦ୍ଧ ହୋଇ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଓ ଭାରତ ଗଢ଼ିବାରେ ଲାଗି ପଡ଼ିବା।

ଏହି ପଦଯାତ୍ରା ଅବସରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି ଯେ ଆଜିର ଯୁଗ ହେଉଛି ଶିକ୍ଷା ଓ ଜ୍ଞାନର ଯୁଗ। ଆମ ଯୁବ ସମାଜକୁ ଦେଶ ଗଢ଼ିବାରେ ନେତୃତ୍ୱ ଦେବାକୁ ଆଗେଇ ଆସିବା ଆବଶ୍ୟକ। ଆଜିର ଏକତା ପଦଯାତ୍ରା ସେହି ଯୁବସମାଜକୁ ଆଗେଇ ଆସିବାକୁ ଆହ୍ୱାନ। ତେବେ ଉକ୍ତ କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଶାସକ ଦଳ ଉପମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ସିମୁଳିଆ ବିଧାୟକ ଶ୍ରୀ ପଦ୍ମ ଲୋଚନ ପଣ୍ଡା, ବାଲେଶ୍ୱର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ ଓ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ପ୍ରମୁଖ ମଂଚାସୀନ ଥିଲେ।ନୀଳଗିରି ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ କୁମାର ଖଟୁଆ ସ୍ୱାଗତଭାଷଣ ଦେଇଥିବା ବେଳେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଧନ୍ୟବାଦ ଦେଇଥିଲେ।

Previous Post

ଡିସେମ୍ବରରେ ବିଶ୍ୱ ଶକ୍ତି ନେତାଙ୍କ ସମ୍ମିଳନୀ ଆୟୋଜନ କରିବ ଓଡ଼ିଶା

Next Post

ନୂଆଦିଲ୍ଲୀ: ୪୪ତମ ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ରେ ‘ଓଡ଼ିଶା ମଣ୍ଡପ’ ଉଦଘାଟିତ

FNN WEB

FNN WEB

Next Post
ନୂଆଦିଲ୍ଲୀ: ୪୪ତମ ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ରେ ‘ଓଡ଼ିଶା ମଣ୍ଡପ’ ଉଦଘାଟିତ

ନୂଆଦିଲ୍ଲୀ: ୪୪ତମ ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ରେ ‘ଓଡ଼ିଶା ମଣ୍ଡପ’ ଉଦଘାଟିତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.