ପାରଳାଖେମୁଣ୍ଡି : ସରକାରୀ ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟର ତିପିସିଂରେ( ବନ୍ତିଲଡା )ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଜିଲ୍ଲା ଆଦିବାସୀ ବିକାଶ ସଂସ୍ଥାର ମୁଖ୍ୟ ଅଂଶୁମାନ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶ୍ୟାମଘନ ଭୂୟାଁ ସି.ଆଇ, ରାୟଗଡା ଜୋନ ଯୋଗ ଦେଇଥିଲେ। ବିଦ୍ୟଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ବାଗସିଂ ବିବରଣୀ ପାଠ କରି ଶୁଣାଇଥିଲେ। ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ଏହି ବାର୍ଷିକ ଉତ୍ସବର ଉଦ୍ୟେଶ ଛାତ୍ରଛାତ୍ରୀ ମାନେ ଗୁଣାତ୍ମକ ଶିକ୍ଷା ସହିତ ନିଜର ଲୁକାୟିତ କଳାକୁ ପ୍ରଦର୍ଶନ କରିବା ଉପରେ ଗୁରୁତ୍ୱ ଦେବାକୁ ନିଜର ଅଭିଭାଷଣରେ କହିଥିଲେ ସେହିପ୍ରକାର ଭାବରେ ସି.ଆଇ ଶ୍ୟାମଘନ ଭୂୟାଁ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ଓ ଦକ୍ଷତା ର ବିକାଶ ନିମନ୍ତେ ସରକାର ବୋହୁ ବିକାଶ ମୂଳକ ଯୋଜନାମାନ କରୁଛନ୍ତି ତେଣୁ ସମସ୍ତ ଛାତ୍ରଛାତ୍ରୀ ମାନେ ଏହି ସମସ୍ତ ଯୋଜନାର ଲାଭ ଉଠାଇବାପାଇଁ ଭଲ ପାଠ ପଢିବାକୁ କହିଥିଲେ। ଏହି ବାର୍ଷିକ ଉତ୍ସବରେ ଏଲ ଏସ ଡି ଏ ମୁଖ୍ୟ ଆକାଶ କୁମାର ଦିଗାଲ, ଆଇ ଟି ଡି ଏ କନିଷ୍ଠ ଯନ୍ତ୍ରୀ ଶିବ କୁମାର ବେହେରା, ସି ଆର ସି ସି ଲଷ୍ମୀ ନାରାୟଣ ପଣ୍ଡା, ସରପଞ୍ଚ ସୁଲମୀ ଶବର ଉପସ୍ଥିତ ଥିଲେ। ଏହି ଉତ୍ସବରେ ଛାତ୍ରୀମାନେ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ବାଗସିଂ ପରିଚାଳନା କରିଥିବାବେଳେ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ।














