ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ବଜାରରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଦୁଇଗୋଷ୍ଠୀ ପରସ୍ପର ଉପରେ ଢେଲାପଥର ମାଡ଼ ହୋଇଥିବା ସୂଚନା ରହିଛି । ପଥର ମାଡ଼ରେ ଜଣେ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ BNS ର ୧୬୩ ଧାରା ଲାଗୁ କରିଛନ୍ତି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ଆସନ୍ତାକାଲି ସହରର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନେଲା ପ୍ରଶାସନ । ଏହାସହ ଆଗାମୀ ୨୪ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସହରରେ ଇଣ୍ଟରନେଟ ବନ୍ଦ ସହ BNSର ୧୬୩ ଧାରା ଲାଗୁ କରିଛି ପ୍ରଶାସନ । ଘଟଣା ପରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଛନ୍ତି । ସ୍ଥିତିକୁ ଆୟତ୍ତ କରିବା ୧୦ପ୍ରାଟାଉନ ପୁଲିସ ବଳ ବ୍ୟବସ୍ଥା କରାଯାଇଥିବା ଶ୍ରୀ ରାୟ କହିଛନ୍ତି । ଏହାସହ ଶାନ୍ତି କମିଟି ବୈଠକ ଡାକି ସମାଧାନ କରିବାକୁ ଏସପିଙ୍କୁ ନିବେଦନ କରିଥିବା କହିଲେ ଡ଼ିଆଇଜି ।
ସୁନ୍ଦରଗଡ଼ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ବଜାରରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ବଡ଼ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ଆଗାମୀ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ କଲା ଜିଲ୍ଲା ପ୍ରଶାସନ । ଉତ୍ତେଜନାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ସହରରେ ଜିଲ୍ଲା ପ୍ରଶାସନ BNSର ୧୬୩ ଧାରା ଲାଗୁ କରିଛି । ଘଟଣା ପରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଛନ୍ତି । ସ୍ଥିତିକୁ ଆୟତ୍ତ କରିବା ୧୦ ପ୍ଲାଟୁନ ପୁଲିସ ବଳ ବ୍ୟବସ୍ଥା କରାଯାଇଥିବା ଶ୍ରୀ ରାୟ କହିଛନ୍ତି । ଏହାସହ ଶାନ୍ତି କମିଟି ବୈଠକ ଡାକି ସମାଧାନ କରିବାକୁ ଏସପିଙ୍କୁ ନିବେଦନ କରିଥିବା କହିଲେ ଡ଼ିଆଇଜି ।














