• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ନୂଆ ଆର୍ଥିକ ଅଧ୍ୟାୟ ତିଆରି କରିବ ଓଡ଼ିଶା: ଧର୍ମେନ୍ଦ୍ର ପ୍ରଧାନ

FNN WEB by FNN WEB
January 15, 2026
in ଓଡ଼ିଶା, ମୁଖ୍ୟ ଖବର
0
ନୂଆ ଆର୍ଥିକ ଅଧ୍ୟାୟ ତିଆରି କରିବ ଓଡ଼ିଶା: ଧର୍ମେନ୍ଦ୍ର ପ୍ରଧାନ
0
SHARES
5
VIEWS

ଭୁବନେଶ୍ୱର : ଓଡ଼ିଶାର ଅପାର ସମ୍ଭାବନା ଯଥାପ୍ରାକୃତିକ ସମ୍ପଦ, ପ୍ରତିଭାବାନ ଯୁବଶକ୍ତି, ସୁଦୀର୍ଘ ବେଳାଭୂମିର ବନ୍ଦର ଏବଂ ନୂତନ ଯୁଗର ବୈଷୟିକ ଜ୍ଞାନକୌଶଳକୁ ପାଥେୟ କରି ଏକ ସମୃଦ୍ଧ ଅର୍ଥନୈତିକ ଅଧ୍ୟାୟ ସୃଷ୍ଟି କରିବା ଆଜି ସମୟର ଆହ୍ୱାନ । ଓଡ଼ିଶାକୁ କେବଳ କଞ୍ଚାମାଲ ଯୋଗାଣକାରୀ ରାଜ୍ୟ ଭାବେ ନୁହେଁ, ବରଂ ଏକ ‘ଜ୍ଞାନ-ଆଧାରିତ ଅର୍ଥନୀତି’ ଓ ‘ମ୍ୟାନୁଫ୍ୟାକ୍ଚରିଂ ହବ୍’ ଭାବେ ଗଢ଼ି ତୋଳିବା ପାଇଁ ଆଗେଇ ଆସିବାକୁ ଉଦ୍ୟୋଗୀ ସମାଜକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆୟୋଜିତ ‘ଟାଇମ୍ସ ବିଜନେସ୍ ଆୱାର୍ଡ-ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟର ଅପାର ସମ୍ଭାବନାର ସଠିକ୍ ଉପଯୋଗ ହିଁ ଓଡ଼ିଶାକୁ ଆଗାମୀ ଦିନରେ ଏକ ସମୃଦ୍ଧଶାଳୀ ଅର୍ଥନୈତିକ ଶକ୍ତି ଭାବେ ଉଭା କରିବ । ବିଜ୍ଞାନ ଓ ବୈଷୟିକ କୌଶଳର ପ୍ରୟୋଗ ମାଧ୍ୟମରେ ସ୍ଥାନୀୟ ସମ୍ବଳକୁ ରୋଜଗାରକ୍ଷମ କରିବା ଏବଂ ବିଶ୍ୱସ୍ତରୀୟ ବଜାର ସହ ଯୋଡ଼ିବା ଆଜିର ସମୟର ସବୁଠାରୁ ବଡ଼ ଆବଶ୍ୟକତା ।

ନୂତନ ଯୁଗର ଅର୍ଥନୀତିରେ ଓଡ଼ିଶାର ଅପାର ସମ୍ଭାବନା ରହିଥିବା ଦର୍ଶାଇ ସେ କହିଛନ୍ତି ଯେ, ରାଜ୍ୟ ଏବେ କେବଳ ଲୁହାପଥରରୁ ଷ୍ଟିଲ୍ ତିଆରି କରିବାରେ ସୀମିତ ନରହି ‘ସ୍ପେଶାଲିଟି ଷ୍ଟିଲ୍’ ଓ ଉଚ୍ଚମାନର ମ୍ୟାନୁଫ୍ୟାକ୍ଚରିଂ ଦିଗରେ ଆଗେଇବା ଆବଶ୍ୟକ । ବିଶେଷ କରି କ୍ରିଟିକାଲ ମିନେରାଲ୍ସ, ସେମିକଣ୍ଡକ୍ଟର, ଶକ୍ତି, ଏଗ୍ରିଟେକ୍, ଏଡୁଟେକ୍, ପ୍ରତିରକ୍ଷା ବୈଷୟିକ ଜ୍ଞାନକୌଶଳ ଏବଂ ଫିନଟେକ୍ କ୍ଷେତ୍ରରେ ଓଡ଼ିଶା ନୂଆ ଇତିହାସ ରଚିବାକୁ ଯାଉଛି । କୋରାପୁଟରେ ବକ୍ସାଇଟ୍ ବର୍ଜ୍ୟବସ୍ତୁରୁ ‘ଗ୍ୟାଲିୟମ’ ପ୍ରସ୍ତୁତ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି, ଯାହା ସେମିକଣ୍ଡକ୍ଟର ଦୁନିଆରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅପରପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ପରିକଳ୍ପନାରେ ଓଡ଼ିଶା କେନ୍ଦ୍ରବିନ୍ଦୁରେ ରହିଛି । ରାଜ୍ୟର ବନ୍ଦର, ପ୍ରାକୃତିକ ସମ୍ପଦ ଏବଂ ବୈଷୟିକ ଜ୍ଞାନକୌଶଳର ସଠିକ୍ ସମନ୍ୱୟ ରକ୍ଷା କରି ଓଡ଼ିଶାକୁ ଏକ ‘ଜ୍ଞାନ ଆଧାରିତ ଅର୍ଥନୀତି’ ଏବଂ ବିଶ୍ୱସ୍ତରୀୟ ‘ମ୍ୟାନୁଫ୍ୟାକ୍ଚରିଂ ହବ୍’ ଭାବେ ଗଢ଼ିବାକୁ ସେ ଆହ୍ୱାନ ଦେଇଛନ୍ତି । ଭୁବନେଶ୍ୱର ଓ ସମ୍ବଲପୁର ଭଳି ଶିକ୍ଷାନୁଷ୍ଠାନର ପ୍ରତିଭାମାନଙ୍କୁ ନେଇ ଆମେ ଏକ ବଡ଼ ଇକୋସିଷ୍ଟମ ତିଆରି କରୁଛୁ ।

ଓଡ଼ିଶା କେବଳ କଞ୍ଚାମାଲ ଯୋଗାଣକାରୀ ନହୋଇ ମୂଲ୍ୟଯୁକ୍ତ ଉତ୍ପାଦନ ଓ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦେବା ଉଚିତ୍ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଆମର ଯୁବଶକ୍ତି ହେଉଛି ଆମର ବଡ଼ ପୁଞ୍ଜି । ସେମାନଙ୍କ ପାଖରେ ନୂତନ ଚିନ୍ତାଧାରା, ଶକ୍ତି ଏବଂ ଆଗ୍ରହ ରହିଛି । ସେମାନଙ୍କୁ ନୂତନ ଯୁଗର ଦକ୍ଷତା ସହ ଗଢ଼ି ତୋଳିଲେ, ଆମେ ୨୦୩୬ ସୁଦ୍ଧା “ବିକଶିତ ଓଡ଼ିଶା” ର ସ୍ୱପ୍ନ ସାକାର କରିପାରିବା । ସମସ୍ତ ଉଦ୍ୟୋଗୀମାନଙ୍କୁ ଆଗାମୀ ୧୦ ବର୍ଷର ଲକ୍ଷ୍ୟକୁ ଆଖି ଆଗରେ ରଖି କେବଳ ବ୍ୟବସାୟ ନୁହେଁ, ବରଂ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେବାକୁ ଶ୍ରୀ ପ୍ରଧାନ ଆନୁରୋଧ କରିଛନ୍ତି ।

ଦେଶର ଅର୍ଥନୀତି ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିଶ୍ୱର ଭୂ-ରାଜନୈତିକ ଅସ୍ଥିରତା ସତ୍ତ୍ୱେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ସମୃଦ୍ଧ ହେଉଛି । ବିଶ୍ୱର ଭୂ-ରାଜନୈତିକ ଅସ୍ଥିରତା ସତ୍ତ୍ୱେ ଆଜି ଭାରତର ଅର୍ଥନୀତି ସମୃଦ୍ଧ ହେଉଛି । ୧୯୪୭ ମସିହା ସ୍ୱାଧୀନତା ପରଠାରୁ ୨୦୧୪ ପର୍ଯ୍ୟନ୍ତ ଆମ ଦେଶ ୨ ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚିଥିଲା । ମାତ୍ର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱରେ ୨୦୧୪ ରୁ ୨୦୨୪ ପର୍ଯ୍ୟନ୍ତ, ଅର୍ଥାତ୍ ମାତ୍ର ୧୦ ବର୍ଷ ମଧ୍ୟରେ ଭାରତ ଆଉ ୨ ଟ୍ରିଲିୟନ ଡଲାର ଯୋଡ଼ିପାରିଛି । ଆଜି ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ଭାବେ ଉଭା ହୋଇଛି, ଯାହା ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ପରିଣାମ ।

‘ଟାଇମ୍ସ ବିଜନେସ୍ ଆୱାର୍ଡ-ଓଡ଼ିଶା’ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଉଦ୍ୟୋଗୀଙ୍କୁ ସମ୍ମାନିତ କରିଛନ୍ତି । ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ଟାଇମ୍ସ ଅଫ୍ ଇଣ୍ଡିଆ ଦେଶର ଏକ ଦାୟିତ୍ୱବାନ ମିଡିଆ ହାଉସ୍ ଭାବରେ କେବଳ ଖବର ପ୍ରକାଶ କରେ ନାହିଁ, ବରଂ ସମାଜରେ ଥିବା ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣି ସେମାନଙ୍କୁ ପ୍ରୋତ୍ସାହିତ କରିଥାଏ । ଆଜି ପୁରସ୍କାର ଗ୍ରହଣ କରିଥିବା ବ୍ୟକ୍ତିବିଶେଷମାନେ କେବଳ ‘ଓ୍ୱେଲଥ୍ କ୍ରିଏଟର’ ନୁହଁନ୍ତି, ବରଂ ଆମ ରାଜ୍ୟ ପାଇଁ ପ୍ରେରଣାର ଉତ୍ସ । ସେମାନଙ୍କ ପ୍ରୟାସରେ ଓଡ଼ିଶାର ସମୃଦ୍ଧ ପ୍ରାକୃତିକ ସମ୍ପଦ ଏବଂ ଉତ୍କୃଷ୍ଟ ମାନବ ସମ୍ବଳ ଆମକୁ ବିଶ୍ୱ ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଦେବ ବୋଲି ସେ ମତପ୍ରକାଶ କରିଥିଲେ ।

Previous Post

ସୁନ୍ଦରଗଡ଼ ଜିଲ୍ଲାରେ ଗୋଷ୍ଠୀ ସଂଘର୍ଷ: ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ

Next Post

ମା ଏକାଦଶୀ ଓ ସୀତାବିବାହ AI ଡିଜିଟାଲ ଭିଡ଼ିଓ ଫିଲ୍ମ ୟୁଟ୍ୟୁବରେ ଲୋକାର୍ପିତ

FNN WEB

FNN WEB

Next Post
ମା ଏକାଦଶୀ ଓ ସୀତାବିବାହ AI ଡିଜିଟାଲ ଭିଡ଼ିଓ ଫିଲ୍ମ ୟୁଟ୍ୟୁବରେ ଲୋକାର୍ପିତ

ମା ଏକାଦଶୀ ଓ ସୀତାବିବାହ AI ଡିଜିଟାଲ ଭିଡ଼ିଓ ଫିଲ୍ମ ୟୁଟ୍ୟୁବରେ ଲୋକାର୍ପିତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.