• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଓଡ଼ିଶାର ସ୍ବାର୍ଥ ପାଇଁ କାମ କରିବେ ନବନିର୍ବାଚିତ ସାଂସଦ: ମୁଖ୍ୟମନ୍ତ୍ରୀ

FNN WEB by FNN WEB
March 16, 2026
in ଓଡ଼ିଶା, ମୁଖ୍ୟ ଖବର
0
ଓଡ଼ିଶାର ସ୍ବାର୍ଥ ପାଇଁ କାମ କରିବେ ନବନିର୍ବାଚିତ ସାଂସଦ: ମୁଖ୍ୟମନ୍ତ୍ରୀ
0
SHARES
0
VIEWS

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବନିର୍ବାଚିତ ରାଜ୍ୟସଭା ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ପାଇଁ ଆଜି ଏକ ଐତିହାସିକ ଦିନ। ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ଏବଂ ବିଜେପି ସମର୍ଥନରେ ସ୍ବାଥୀନ ପ୍ରାର୍ଥୀଙ୍କ ପ୍ରଚଣ୍ଡ ବିଜୟ ହୋଇଛି। ମୋଦୀଙ୍କ ସୁଦୃଢ଼ ନେତୃତ୍ବ ଏବଂ ମାର୍ଗଦର୍ଶନର ଫଳାଫଳ ମିଳିଛି। ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ କାର୍ଯ୍ୟକ୍ରମକୁ ରାଜ୍ୟସଭା ନିର୍ବାଚନ ଆଗେଇ ନେବ। ନିର୍ବାଚିତ ସାଂସଦ ମନମୋହନ ସାମଲ, ସୁଜିତ କୁମାର ଓ ଦିଲୀପ ରାୟ ଓଡ଼ିଶାର ସ୍ବାର୍ଥ ରକ୍ଷା ପାଇଁ କାମ କରିବେ ବୋଲି ମୋର ଆଶା ଏବଂ ବିଶ୍ବାସ। ଆଗାମୀ ଦିନରେ ଯେଉଁ ସଂକଳ୍ପ ନେଇ ନବନିର୍ବାଚିତ ସାଂସଦମାନେ ଦିଲ୍ଲୀ ଯିବେ, ସେମାନେ ସଂସଦରେ ଓଡ଼ିଶାର ସ୍ବରକୁ ଶାଣିତ କରିବେ, ଯାହା ଓଡ଼ିଶାର ସମୃଦ୍ଧିରେ ସହାୟକ ହେବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି କିଛି ସମୟ ପୂର୍ବରୁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇଥିଲେ ଯେ, କେତେକ ବିଧାୟକ ଅପରାଧୀ। ଗଣମାଧ୍ୟମ ଆଗରେ ସେ ଦେଇଥିବା ମନ୍ତବ୍ୟ ଗଣତନ୍ତ୍ରକୁ ଆଘାତ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଯେଉଁ ବିଧାୟକମାନଙ୍କ ସହିତ କାମ କରିଥିଲେ, ତାଙ୍କୁ ଅପମାନ କରିବା କେତେଦୂର ଯଥାର୍ଥ? ସେମାନଙ୍କୁ ଅପରାଧୀ କହିବା ଅର୍ଥାତ ହଜାର ହଜାର ଭୋଟଙ୍କୁ ଅପମାନିତ କରିବା ସହିତ ସମାନ। କିନ୍ତୁ ନବୀନ ବାବୁ ଭୁଲିଯାଉଛନ୍ତି, ଯେଉଁମାନଙ୍କୁ ସେ ଅପରାଧୀ କହୁଛନ୍ତି, ସେମାନଙ୍କର ପ୍ରଚାରରେ ସେ ବିଜୟୀ ହୋଇଥିଲେ। ସେତେବେଳେ ସେମାନଙ୍କର ପରିବାର ସ୍ବଚ୍ଛ ଦେଖା ଯାଉଥିଲା। ନବୀନବାବୁ ଏପରି ଅପରିପକ୍ପତା ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ। ବିଜେପି ସରକାର ଯେଉଁ ଭଳି ଭାବେ ଓଡ଼ିଶାର ବିକାଶ ପାଇଁ କାମ କରୁଛି, ତାହାର ଫଳାଫଳ ଆଜି ମିଳିଛି। ଏହି ଫଳାଫଳ ଓଡ଼ିଶାକୁ ସମୃଦ୍ଧ କରିବ ଏବଂ ୨୦୪୭ରେ ବିକଶିତ ଭାରତର ସ୍ବପ୍ନ ପୂରା ହେବ।

ସୂଚନାଯୋଗ୍ୟ, ରାଜ୍ୟସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର ବିଜୟୀ ହୋଇଛନ୍ତି। ସେହିପରି ବିଜେପି ସମର୍ଥନରେ ନିର୍ବାଚନରେ ଅବତୀର୍ଣ୍ଣ ଦିଲୀପ ରାୟ ମଧ୍ୟ ରାଜ୍ୟସଭାକୁ ଯାଇଛନ୍ତି। ବିଜେଡିର ପ୍ରାର୍ଥୀ ସଂତୃପ୍ତ ମିଶ୍ର ବିଜୟୀ ହୋଇଥିଲା ବେଳେ ବିଜେଡି ଏବଂ କଂଗ୍ରେସର ମିଳିତ ସମର୍ଥିତ ପ୍ରାର୍ଥୀ ଦତ୍ତେଶ୍ବର ହୋତା ପରାଜିତ ହୋଇଛନ୍ତି। ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ମନମୋହନ ସାମଲଙ୍କୁ ୩୫୦୦ ଖଣ୍ଡ, ସୁଜିତ କୁମାରଙ୍କୁ ୩୫୦୦ ଖଣ୍ଡ, ବିଜେଡିର ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କୁ ୩୧୦୦ ଏବଂ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ୩୪୧୮ ଭୋଟ୍‌ ମିଳିଛି। ଦତ୍ତେଶ୍ବର ହୋତା ୨୩୦୦ ଭୋଟ୍‌ ପାଇ ପରାଜିତ ହୋଇଛନ୍ତି।

Previous Post

ଦଳୀୟ ହ୍ୱିପ୍ କାଟୁ କଲାନି, ୧୧ ବିଧାୟକଙ୍କ କ୍ରସ୍ ଭୋଟିଂ

Next Post

ନିତା ଅମ୍ବାନୀଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୫

FNN WEB

FNN WEB

Next Post
ନିତା ଅମ୍ବାନୀଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୫

ନିତା ଅମ୍ବାନୀଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୫

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଡାକ୍ତର ଦେବେନ୍ଦ୍ର ପ୍ରଧାନ ଭାରତୀୟ ରାଜନୀତିର ଏକ ପ୍ରମୁଖ ସ୍ତମ୍ଭ : ରାଜନାଥ ସିଂହ

ଡାକ୍ତର ଦେବେନ୍ଦ୍ର ପ୍ରଧାନ ଭାରତୀୟ ରାଜନୀତିର ଏକ ପ୍ରମୁଖ ସ୍ତମ୍ଭ : ରାଜନାଥ ସିଂହ

March 17, 2026
ଶିଳ୍ପ ମନ୍ତ୍ରୀଙ୍କୁ ଭେଟିଲେ ଅଷ୍ଟ୍ରେଲିଆର କନସୁଲ ଜେନେରାଲ

ଶିଳ୍ପ ମନ୍ତ୍ରୀଙ୍କୁ ଭେଟିଲେ ଅଷ୍ଟ୍ରେଲିଆର କନସୁଲ ଜେନେରାଲ

March 17, 2026
କଂଗ୍ରେସରୁ ବିଧାୟକ ରମେଶ ଜେନା, ଦାଶରଥୀ ଗମାଙ୍ଗ ଓ ସୋଫିଆ ଫିର୍ଦୋସ ନିଲମ୍ବିତ

କଂଗ୍ରେସରୁ ବିଧାୟକ ରମେଶ ଜେନା, ଦାଶରଥୀ ଗମାଙ୍ଗ ଓ ସୋଫିଆ ଫିର୍ଦୋସ ନିଲମ୍ବିତ

March 17, 2026
ଘୋଡ଼ା ବେପାରରେ ରହି କ୍ରସ୍‌ ଭୋଟିଂ କରିଥିବା ବିଧାୟକ ବିଜୁ ଲିଗାସୀ କଥା କହିବା ହାସ୍ୟାସ୍ପଦ: ବିଜେଡି

ଘୋଡ଼ା ବେପାରରେ ରହି କ୍ରସ୍‌ ଭୋଟିଂ କରିଥିବା ବିଧାୟକ ବିଜୁ ଲିଗାସୀ କଥା କହିବା ହାସ୍ୟାସ୍ପଦ: ବିଜେଡି

March 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଡାକ୍ତର ଦେବେନ୍ଦ୍ର ପ୍ରଧାନ ଭାରତୀୟ ରାଜନୀତିର ଏକ ପ୍ରମୁଖ ସ୍ତମ୍ଭ : ରାଜନାଥ ସିଂହ

ଡାକ୍ତର ଦେବେନ୍ଦ୍ର ପ୍ରଧାନ ଭାରତୀୟ ରାଜନୀତିର ଏକ ପ୍ରମୁଖ ସ୍ତମ୍ଭ : ରାଜନାଥ ସିଂହ

March 17, 2026
ଶିଳ୍ପ ମନ୍ତ୍ରୀଙ୍କୁ ଭେଟିଲେ ଅଷ୍ଟ୍ରେଲିଆର କନସୁଲ ଜେନେରାଲ

ଶିଳ୍ପ ମନ୍ତ୍ରୀଙ୍କୁ ଭେଟିଲେ ଅଷ୍ଟ୍ରେଲିଆର କନସୁଲ ଜେନେରାଲ

March 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.