• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ପୁରୀରେ କବି କୃଷ୍ଣ ଜଗଦ୍ଦେବଙ୍କ ପୁସ୍ତକ ‘କବିତା କୁସୁମାଞ୍ଜଳି’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

FNN WEB by FNN WEB
May 16, 2026
in ଓଡ଼ିଶା, ମୁଖ୍ୟ ଖବର
0
ପୁରୀରେ କବି କୃଷ୍ଣ ଜଗଦ୍ଦେବଙ୍କ ପୁସ୍ତକ ‘କବିତା କୁସୁମାଞ୍ଜଳି’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ
0
SHARES
2
VIEWS

ପୁରୀ: ପୁରୀରେ କୃଷ୍ଣ ଜଗଦ୍ଦେବଙ୍କ ନୂତନ କବିତା ସଂକଳନ ‘କବିତା କୁସୁମାଞ୍ଜଳି’ ଆନୁଷ୍ଠାନିକ ଭାବେ ଲୋକାର୍ପିତ। ଆଜି ପବିତ୍ର ‘ସାବିତ୍ରୀ ଅମାବାସ୍ୟା’ତିଥିରେ ଏହି କବିତା ସଂକଳନ ଲୋକାର୍ପିତ ହୋଇଛି । ଏହି ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁସ୍ତକଟିକୁ ଉନ୍ମୋଚନ କରିବା ସହ କବି ଓ ପ୍ରକାଶକଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ‘କବିତା କୁସୁମାଞ୍ଜଳି’କେବଳ କେତୋଟି ଶବ୍ଦର ସମାହାର ନୁହେଁ, ବରଂ ଏହା ଭକ୍ତି, ସମାଜ ଓ ରାଷ୍ଟ୍ରପ୍ରେମର ଏକ ଅପୂର୍ବ ନିଦର୍ଶନ । ଏହି କବିତା ସଂକଳନରେ ଭଗବତ ସମର୍ପଣ ସହ ସାମାଜିକ ସମ୍ବେଦନଶୀଳତାର ଏକ ଅପୂର୍ବ ସମନ୍ୱୟ ରହିଛି । କୃଷ୍ଣ ଭାଇ ହେଉଛନ୍ତି ଜଣେ ବହୁମୁଖୀ ପ୍ରତିଭା, ଯାହାଙ୍କ ଭିତରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସଂସ୍କାର ଓ ପୁରୀ ମାଟିର ଚେତନା ଭରି ରହିଛି । ସେ ସଂଘ ପରିବାରର ଜଣେ ପ୍ରମୁଖ ପ୍ରଚାରକ ଓ ଭାରତୀୟ ଜନତା ପାର୍ଟିର ନିଷ୍ଠାପର କାର୍ଯ୍ୟକର୍ତ୍ତା ଭାବେ ନିଜ ସୁଖ ଅପେକ୍ଷା ସାରା ଜୀବନ ସମାଜର କଲ୍ୟାଣ ପାଇଁ ତପସ୍ୟା କରିଛନ୍ତି । ତାଙ୍କ ଲେଖନୀରେ ସାରଗର୍ଭକ ସ୍ତମ୍ଭମାନ ରଚନା କରି ସେ ସମାଜକୁ ସଦାବେଳେ ପ୍ରଭାବିତ ଓ ଅନୁପ୍ରାଣିତ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ପୁସ୍ତକର ପ୍ରଥମ କବିତାକୁ ନେଇ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଏକ ଅଭୁଲା ସ୍ମୃତି ଚାରଣ କରି କହିଥିଲେ ଯେ, ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଇତିହାସ ସଂକଳନ ପାଇଁ ସଂଘ କାର୍ଯ୍ୟକର୍ତ୍ତା ଭାବେ ମୋଦୀଜୀ ଓଡ଼ିଶା ଆସିଥିଲେ । ପୁରୀ ପଥୁରିଆ ସାହି କାର୍ଯ୍ୟାଳୟରେ ତାଲା ପଡ଼ିଥିବା ଯୋଗୁଁ ସେ କୃଷ୍ଣ ଭାଇଙ୍କ ସ୍କୁଟରରେ ବସି ତାଙ୍କ ଗାଁକୁ ଯାଇଥିଲେ । ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ହେଲିକପ୍ଟରରୁ ଓହ୍ଲାଇବା କ୍ଷଣି ଲାଇନ୍ଅପ୍ରେ ଠିଆ ହୋଇଥିବା ନିଜର ସେହି ପୁରୁଣା ସହଯୋଗୀଙ୍କୁ “ଆରେ କୃଷ୍ଣ ଜଗଦେବ ତୁମ୍ ଖଡ଼େ ହୋ!” କହି ଆଦର କରିବା ଏବଂ କୃଷ୍ଣ ଭାଇଙ୍କ ବିଷୟରେ ଆଲୋଚନା କରିବା ପ୍ରଧାନମନ୍ତ୍ରୀଙ୍କର ତାଙ୍କ ପ୍ରତି ଥିବା ସମ୍ମାନ ଓ ସହୃଦୟତାର ପ୍ରମାଣ ଦିଏ । କୃଷ୍ଣ ଭାଇ ନିଜ ନିଷ୍ଠା ବଳରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ସାମାଜିକ କାର୍ଯ୍ୟକର୍ତ୍ତା ଗଢ଼ିଛନ୍ତି।

ଚଳିତ ୨୦୨୬ ବର୍ଷର ସାଂସ୍କୃତିକ ମହତ୍ତ୍ୱ ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆଜିକି ପ୍ରାୟ ୧୦୦୦ ବର୍ଷ ପୂର୍ବେ ଅର୍ଥାତ୍ ୧୦୨୬ରେ ଆକ୍ରାନ୍ତାମାନଙ୍କ ଦ୍ୱାରା ସୋମନାଥ ମନ୍ଦିର ଲୁଣ୍ଠନ ପରେ ଭାରତବର୍ଷ ଯେଉଁ ଆତ୍ମବିଶ୍ୱାସ ହରାଇଥିଲା, ଆଜି ସେହି ୧୦୦୦ ବର୍ଷ ପରେ ପ୍ରଭୁ ସୋମନାଥ ଓ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ଦେଶରେ ସାଂସ୍କୃତିକ ଜାଗରଣର ଏକ ନୂତନ ଅଧ୍ୟାୟ ସୃଷ୍ଟି ହେଉଛି। ଏହି ଆଧାରରେ ଆମେ ଆଜି କେବଳ ଆମର ସାଂସ୍କୃତିକ ଗୌରବକୁ ଫେରାଇ ଆଣୁନାହୁଁ, ବରଂ ଏହି ଜାଗରଣ ହିଁ ଆମର ଆତ୍ମବିଶ୍ୱାସକୁ ଦ୍ୱିଗୁଣିତ କରିଛୁ, ଯାହା ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ ଗଠନର ମୂଳଦୁଆ ସାଜିଛି। ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଏବଂ ଓଡ଼ିଆ ଅସ୍ମିତା ଏହି ବିକାଶ ଯାତ୍ରାର ମୁଖ୍ୟ ସାରଥି ସାଜିବ।

ଏହି ସାରସ୍ୱତ ସମାରୋହ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ କହିଥିଲେ ଯେ, ଉତ୍କଳମଣିଙ୍କ ତ୍ୟାଗ, ସେବା ଓ ସଂସ୍କାର ସର୍ବଦା ଆମ ସମାଜକୁ ଅନୁପ୍ରାଣିତ କରିବ। ସାରସ୍ୱତ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକମାନଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ପୁସ୍ତକ ଉପହାର ପାଇଁ ସେ ସମସ୍ତଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା ସହ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ କୃଷ୍ଣ ଭାଇଙ୍କ ଦୀର୍ଘାୟୁ ଏବଂ ‘କବିତା କୁସୁମାଞ୍ଜଳି’ ପୁସ୍ତକର ସର୍ବବ୍ୟାପୀ ସଫଳତା କାମନା କରିଛନ୍ତି।

Previous Post

୬୦ ଜଣ ରେଳକର୍ମଚାରୀଙ୍କୁ ରେଳ ସେବା ସମ୍ମାନ ପ୍ରଦାନ

Next Post

‘ଓଏମସି’ ଆମ ପ୍ରଗତିର ଯାତ୍ରାକୁ ଅଧିକ ସୁଦୃଢ଼ କରିଛି: ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
‘ଓଏମସି’ ଆମ ପ୍ରଗତିର ଯାତ୍ରାକୁ ଅଧିକ ସୁଦୃଢ଼ କରିଛି: ମୁଖ୍ୟମନ୍ତ୍ରୀ

‘ଓଏମସି’ ଆମ ପ୍ରଗତିର ଯାତ୍ରାକୁ ଅଧିକ ସୁଦୃଢ଼ କରିଛି: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.