• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଭିଡ ନକରିବା ଏବଂ ଅନାବଶ୍ୟକ ଭାବେ ଅଧିକ ମହଜୁଦ ନରଖିବାକୁ ପରାମର୍ଶ

FNN WEB by FNN WEB
May 18, 2026
in ଓଡ଼ିଶା, ମୁଖ୍ୟ ଖବର
0
ଭିଡ ନକରିବା ଏବଂ ଅନାବଶ୍ୟକ ଭାବେ ଅଧିକ ମହଜୁଦ ନରଖିବାକୁ ପରାମର୍ଶ
0
SHARES
3
VIEWS

ରାଜ୍ୟରେ ପେଟ୍ରୋଲ୍ ଉତ୍ପାଦିତ ସାମଗ୍ରୀର ଉପଲବ୍ଧତା ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ଭୁବନେଶ୍ୱର : ରାଜ୍ୟରେ ପେଟ୍ରୋଲ୍, ଡିଜେଲ ଏବଂ ରନ୍ଧନ ଗ୍ୟାସ (ଏଲପିଜି) ସାମଗ୍ରୀର ଉପଲବ୍ଧତା ନେଇ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ସ୍ଥିତି ସମୀକ୍ଷା କରିଛନ୍ତି । ଏଥିସହିତ ରାଜ୍ୟ ସଙ୍କଟ ପରିଚାଳନା ଗ୍ରୁପ୍ ( ଷ୍ଟେଟ୍ କ୍ରାଇସିସ୍ ମ୍ୟାନେଜମେଣ୍ଟ ଗ୍ରୁପ) ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଯୋଗଦେଇ ସଂପ୍ରତି ପ୍ରତିକୂଳ ସ୍ଥିତି ସତ୍ତ୍ୱେ ରାଜ୍ୟରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଯୋଗାଣ ସ୍ୱାଭାବିକ ରହିଥିବା ସୂଚନା ଦେଇଛନ୍ତି । ଏହି ବୈଠକରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ସମେତ ବିଭିନ୍ନ ତୈଳ ମାର୍କେଟିଂ କମ୍ପାନୀର କର୍ତ୍ତୃପକ୍ଷମାନେ ଯୋଗ ଦେଇ ବର୍ତ୍ତମାନ ରାଜ୍ୟରେ ପେଟ୍ରୋଲ, ଡିଜେଲ ପରିମାଣ ମହଜୁଦ ସ୍ଥିତି ଦର୍ଶାଇଥିଲେ ।

ଏବେ ପେଟ୍ରୋଲ ପମ୍ପଗୁଡ଼ିକ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି ଏବଂ କେତେକ ସ୍ଥାନରେ ପେଟ୍ରୋଲ ପମ୍ପଗୁଡ଼ିକ ଖାଲି ହୋଇଯାଇଥିବା ଜାଣିବା ପରେ ତୈଳ କମ୍ପାନୀଗୁଡିକର ସମନ୍ୱିତ ପ୍ରତିକାରାତ୍ମକ ପରିଚାଳନାରେ ସମସ୍ୟାର ସମାଧାନ କରାଯାଇଛି । ଘରୋଇ ଏଲ୍.ପି.ଜି ବଣ୍ଟନକୁ ଅଗ୍ରାଧିକାର ଦିଆଯାଇ ସହରାଞ୍ଚଳରେ ୨୧ରୁ ୨୫ ଦିନ ଓ ଗ୍ରାମାଞ୍ଚଳରେ ୪୫ ଦିନ ଭିତରେ ରନ୍ଧନ ଗ୍ୟାସ ଯୋଗାଇ ଦିଆଯାଉଛି । ଏହା ବ୍ୟତୀତ ଜିଲ୍ଲାୱାରୀ ପି.ଏନ୍.ଜି ବ୍ୟବହାରକୁ ବ୍ୟାପକ କରିବା ପାଇଁ ଉଦ୍ୟମ ଜାରି ରହିଛି । ଏଲପିଜିରୁ ପିଏନଜିକୁ ପରିବର୍ତ୍ତନ କରିବା ପାଇଁ ସରକାରୀ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ପରାମର୍ଶ ଜାରି କରାଯାଇଛି । ସିଟି ଗ୍ୟାସ ବିତରଣ ନେଟଓ୍ୱାର୍କ ସଂପ୍ରସାରଣ ପାଇଁ ଉଦ୍ୟମ ଅବ୍ୟାହତ ରହିଛି । ୩୮୬୮୧ ସଂଖ୍ୟକ ୫ କେଜି ବିଶିଷ୍ଟ ଫ୍ରି ଟ୍ରେଡ୍ ଏଲପିଜି ସିଲିଣ୍ଡର ପ୍ରବାସୀ ଏବଂ ଛାତ୍ରଛାତ୍ରୀନଙ୍କୁ ସେମାନଙ୍କର ପରିଚୟ ପ୍ରମାଣପତ୍ର ଦେଖି ବଣ୍ଟନ କରାଯାଇଛି ।

ବେଆଇନ୍ ମହଜୁଦକାରୀ, କଳାବଜାରୀ ଏବଂ ଅନ୍ୟତ୍ର ଚୋରାଚାଲାଣ ପ୍ରତି କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୭୬୬୨ ଟି ସିଲିଣ୍ଡର ଜବତ କରାଯାଇଥିଲା । ଜବତ କରାଯାଇଥିବା ସିଲିଣ୍ଡରଗୁଡିକ ଅଏଲ୍ ମାର୍କେଟିଂ କମ୍ପାନୀଗୁଡିକୁ ହସ୍ତାନ୍ତର କରାଯାଇ ଯୋଗାଣ ଶୃଙ୍ଖଳ ପ୍ରକ୍ରିୟାରେ ସେଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ୩୬ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ପୂର୍ବକ ୮ ଜଣଙ୍କୁ ଗିରଫ କରାଯାଇ ଆଇନ୍ ଅନୁସାରେ ପଦକ୍ଷେପ ନିଆଯାଇଛି ।

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ନିୟମିତ ଯୋଗାଣ ଉପରେ ଗୁରୁତ୍ୱ ଦେଇଛନ୍ତି । ତଦାରଖକୁ ଅଧିକ ପ୍ରଭାବୀ କରିବା ସହ ବେଆଇନ ମହଜୁଦକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଆମ୍ବୁଲାନ୍ସ, ପୋଲିସ ଓ ଜରୁରୀକାଳୀନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଂରକ୍ଷଣ (ରିଜର୍ଭ ଷ୍ଟକ୍) ରଖାଯିବାକୁ ପରାମର୍ଶ ଦିଆଯାଇଛି।

ବୈଠକ ପରେ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଅନୁରୋଧ କରି ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ବିଭିନ୍ନ ତୈଳ କମ୍ପାନୀମାନଙ୍କ ଠାରୁ ପ୍ରାପ୍ତ ଅନୁସାରେ ବର୍ତ୍ତମାନର ସ୍ଥିତି ଅନୁସାରେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସର ନିଅଣ୍ଟିଆ ନାହିଁ । ଅଯଥାରେ ଭିଡ୍ ନକରି , ଅନାବଶ୍ୟକ ଭାବେ ଅଧିକ ମହଜୁଦ ନ ରଖିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ସାଧାରଣ ଭାବରେ ଯାଇ ପେଟ୍ରୋଲ, ଡିଜେଲ ଭରିବାକୁ ସେ କହିଛନ୍ତି । ତଦନୁସାରେ ଜିଲ୍ଲାପାଳମାନଙ୍କ ସହିତ ମଧ୍ୟ ଯୋଗାଯୋଗ କରାଯାଉଛି ଏବଂ ଯୋଗାଣ ବିଭାଗ ତରଫରୁ ଏହା ନିୟମିତ ନିରୀକ୍ଷଣ କରାଯାଉଛି । ତୈଳ ମାର୍କେଟିଂ କମ୍ପାନୀମାନଙ୍କୁ ମଧ୍ୟ ଭଲଭାବେ ତଦାରଖ କରିବାକୁ କୁହାଯାଇଛି । ଜିଲ୍ଲାପାଳମାନେ ତନଖି କରିବା ସହ କୌଣସି ଯାଗାରେ ତ୍ରୁଟି ପରିଲ୍ଲଖିତ ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ସଂପ୍ରତି ପଶ୍ଚିମ ଏସିଆ ସଂକଟଜନକ ସ୍ଥିତିକୁ ଦୃଷ୍ଟିରେ ରଖି ପେଟ୍ରୋଲ, ଡିଜେଲ୍ ଆଦିର ମହଜୁଦ ପରିମାଣ, ପାଇପ୍ ଲାଇନ୍ ଏବଂ ତୈଳବିଶୋଧନାଗାର ଉପରେ ନିୟମିତ ନଜର ରଖାଯାଇ ପରିସ୍ଥିତିର ପରିଚାଳନା କରାଯାଉଥିବା ସମ୍ପର୍କରେ ସେ ସୂଚନା ଦେଇଥିଲେ । ବୈଠକରେ ରାଜ୍ୟ କ୍ରାଇସିସ୍ ମ୍ୟାନେଜମେଣ୍ଟ ଗ୍ରୁପ୍ ର ସଦସ୍ୟ ଥିବା ବିଭିନ୍ନ ବିଭାଗର ସଚିବ ଏବଂ ତୈଳ ମାର୍କେଟିଂ ଗ୍ରୁପ୍ ର କର୍ତ୍ତୃପକ୍ଷ ତଥା ଅଧିକାରୀମାନେ ଉପସ୍ଥିତ ଥିଲେ ।

Previous Post

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ରାହୁଲ ଗାନ୍ଧୀ: ନିଟ୍ ପ୍ରଶ୍ନପତ୍ର ଲିକ୍‌ ନେଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା

Next Post

ଓଡ଼ିଶା ପୁଲିସ ଓ ଏନ୍‌ଏଲ୍‌ୟୁଓ ପକ୍ଷରୁ ଶିଶୁ ସୁରକ୍ଷାର ଆବଶ୍ୟକତା ତାଲିମ ଶିବିର

FNN WEB

FNN WEB

Next Post
ଓଡ଼ିଶା ପୁଲିସ ଓ ଏନ୍‌ଏଲ୍‌ୟୁଓ ପକ୍ଷରୁ ଶିଶୁ ସୁରକ୍ଷାର ଆବଶ୍ୟକତା ତାଲିମ ଶିବିର

ଓଡ଼ିଶା ପୁଲିସ ଓ ଏନ୍‌ଏଲ୍‌ୟୁଓ ପକ୍ଷରୁ ଶିଶୁ ସୁରକ୍ଷାର ଆବଶ୍ୟକତା ତାଲିମ ଶିବିର

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.