• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

କଟକ ବାଲିଯାତ୍ରାରେ ଅବ୍ୟବସ୍ଥାକୁ ନେଇ ବିଜେପି ଉପରେ ବର୍ଷିଲା ବିଜେଡ଼ି

FNN WEB by FNN WEB
November 19, 2024
in ଓଡ଼ିଶା, ମୁଖ୍ୟ ଖବର
0
କଟକ ବାଲିଯାତ୍ରାରେ ଅବ୍ୟବସ୍ଥାକୁ ନେଇ ବିଜେପି ଉପରେ ବର୍ଷିଲା ବିଜେଡ଼ି
0
SHARES
3
VIEWS

ଭୁବନେଶ୍ୱର : ଏ ବର୍ଷର ବାଲିଯାତ୍ରା କାର୍ଯ୍ୟକ୍ରମର ପରିଚାଳନାରେ ହୋଇଥିବା ଅନେକ ବିଭ୍ରାଟକୁ ନେଇ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ବିଜୁ ଜନତା ଦଳ ତରଫରୁ ଆଜି ଶଙ୍ଖଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି ଓ ଦଳର ମୁଖପାତ୍ର ଇପ୍ସିତା ସାହୁ କହିଥିଲେ, ଐତିହ୍ୟ ସହର କଟକରେ ପ୍ରତିବର୍ଷ ହେଉଥିବା ଐତିହାସିକ ବାଲିଯାତ୍ରାରେ ପରିଚାଳନାରେ ଅନେକ ତ୍ରୁଟି ଦେଖିବାକୁ ମିଳିଛି, ଯାହା ବାଲିଯାତ୍ରାର ଗୌରବକୁ କ୍ଷୁର୍ଣ୍ଣ କରୁଛି। ବାଲିଯାତ୍ରା ଆୟୋଜନରେ ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ତତ୍ତ୍ଵାବଧାନରେ ହୋଇଥାଏ। ତେଣୁ ଖାମଖିଆଲି ଭାବେ ଏହାକୁ ଆୟୋଜନ କରି ଏହି ପ୍ରକାରର ତ୍ରୁଟି ହେବା ନିଶ୍ଚିତ ଭାବେ ଅକ୍ଷମଣୀୟ। ବାଲିଯାତ୍ରା ଆୟୋଜନରେ ହୋଇଥିବା ତ୍ରୁଟି ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି ବୋଲି ଡ଼ଃ ମହାନ୍ତି କହିଥିଲେ।

ସେ କହିଥିଲେ, ଚଳିତ ବର୍ଷ ବାଲିଯାତ୍ରାରେ ୧୪ଟି ଦେଶର ପ୍ରତିନିଧି ଯୋଗ ଦେବେ ଓ ଏହା ଦ୍ୱାରା ଆନ୍ତର୍ଜାତୀୟ ସ୍ତରରେ ଏକ ପରିଚୟ ମିଳିବ ବୋଲି ସରକାରଙ୍କ ତରଫରୁ କୁହାଯାଇଥିଲା। କିନ୍ତୁ ଡବଲ ଇଂଜିନ ଡବଲ ବିକାଶର ନାରା ଦେଇ ଆସିଥିବା ବିଜେପି ସରକାର ବାଲିଯାତ୍ରାକୁ ଏକ ଜାତୀୟ ଉତ୍ସବର ମାନ୍ୟତା ଦେଇଥିଲେ ତାହା ଏକ ଉଚିତ ପଦକ୍ଷେପ ହୋଇଥାନ୍ତା। କୁମ୍ଭମେଳାକୁ ଜାତୀୟ ଉତ୍ସବର ମାନ୍ୟତା ମିଳିଛି ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ଏହି କାର୍ୟ୍ୟକ୍ରମ ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥାଏ। ବାଲିଯାତ୍ରାକୁ ଜାତୀୟ ଉତ୍ସବ ଘୋଷଣା ହେଲେ, ଏହାର ଆୟୋଜନ ପାଇଁ କେନ୍ଦ୍ରରୁ ଆର୍ଥିକ ଅନୁଦାନ ମିଳିପାରିବ। ତେଣୁ ବାଲିଯାତ୍ରାକୁ ଜାତୀୟ ଉତ୍ସବ ମାନ୍ୟତା ପ୍ରଦାନ କରିବା ପାଇଁ ଆମେ ଦାବି କରୁଛୁ ବୋଲି ଡ଼ଃ ମହାନ୍ତି କରିଥିଲେ।

ସେ କହିଥିଲେ, ଗୋଟିଏ ପଟେ ବାଲିଯାତ୍ରାକୁ ଆନ୍ତର୍ଜାତୀୟ ପ୍ରତିଷ୍ଠା ହାସଲ କଥା ଆମେ କହୁଛେ କିନ୍ତୁ ଆମେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅତିଥିମାନଙ୍କ ପାଇଁ ବ୍ୟାଟେରୀ ଗାଡି ଯୋଗାଡ଼ କରିବାରେ ସକ୍ଷମ ହୋଇ ପାରୁନାହେଁ। ରାଜ୍ୟର ଏକ ମର୍ଯ୍ୟାଦାସମ୍ପର୍ଣ୍ଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ଉପଯୁକ୍ତ ସମ୍ମାନ ଦିଆନଯାଇ ପାରିବା ଏକ ଲଜ୍ଜ୍ୟାଜନକ ବିଷୟ। ଆମେ ଜାଣିବାକୁ ପାଇଛୁ ଯେ ବାଲିଯାତ୍ରାର ଉଦଘାଟନ କାର୍ୟ୍ୟକ୍ରମର ନିମନ୍ତ୍ରଣ ପତ୍ରରେ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ନାଁ ନଥିଲା, ଯାହା ଏକ ବିଡ଼ମ୍ବନା। ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବା ଦିନ ରାତି ବାରଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ତା ପରଦିନ ଓଡ଼ିଶାର ପ୍ରତିଷ୍ଠିତ କଳାକାର ଅସୀମା ପଣ୍ଡାଙ୍କୁ ରାତି ଦଶ ବାଜିଗଲା ବୋଲି ତାଙ୍କୁ ମଞ୍ଚ ଉପରୁ ପୁଲିସ ଦ୍ଵାରା ତାଗିଦ କରି ଓହ୍ଲାଇ ଦିଆ ଯାଇଥିଲା। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେଣୁ ଆମେ ବାଲିଯାତ୍ରା କାର୍ଯ୍ୟକ୍ରମକୁ ରାତି ୧୨ଟା ପର୍ଯ୍ୟନ୍ତ ହେବାକୁ ସରକାର ଅନୁମତି ଦିଆଯାଉ ବୋଲି ଆମେ ଦାବି କରୁଛୁ।

ବାଲିଯାତ୍ରରେ ଐତିହାସିକ କଟକ ସହରରେ ଅନୁଷ୍ଠିତ ହେଉଥିବାରୁ, ପ୍ରତିବର୍ଷ କଟକର ମେୟର ଉଦଘାଟନ ଉତ୍ସବରେ ସ୍ୱାଗତ ଭାଷଣ ଦେଇଥାନ୍ତି। କିନ୍ତୁ ଏବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ମେୟରଙ୍କ ସ୍ଥାନରେ କେଉଁ ପରିପ୍ରେକ୍ଷୀରେ, କଟକ ସଦର ବିଧାୟକ ସ୍ୱାଗତ ଭାଷଣ ଦେବାକୁ ଦିଆଗଲା, ତାହା ଜନସାଧାରଣଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ତାଛଡ଼ା କଟକ ସଦର ବିଧାୟକଙ୍କ ଦ୍ୱାରା ଇଂରାଜୀରେ ଦିଆଯାଇଥିବା ସ୍ୱାଗତ ଭାଷଣ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଓଡ଼ିଆ ଅସ୍ମିତାର ନାରା ଦେଇ ଆସିଥିବା ସରକାର କେଉଁ ପ୍ରକାରର ଓଡ଼ିଆ ଅସ୍ମିତାର ରକ୍ଷାକର୍ତ୍ତା ସାଜିଛି, ତାହା ଓଡିଶାବାସୀ ଭଲ ଭାବେ ବୁଝିଲେଣି। ଇପ୍ସିତା ସାହୁ କହିଥିଲେ, ବାଲିଯାତ୍ରାରେ ଜଣେ ଯୁବକଙ୍କ ବିଦ୍ୟୁତ ଆଘାତ ପାଇ ମୂତ୍ୟୁ ହେବା, ବାଲିଯାତ୍ରାକୁ ଆସୁଥିବା ଲୋକ ମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ସରକାର ସମସ୍ତଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ସହିତ ମୃତ ଯୁବକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଆମେ ଦାବି କରୁଛୁ ।

Previous Post

କିସ୍‍ ଓ କିଟରେ ବଲିଉଡ୍‍ ଅଭିନେତା ଉତ୍କର୍ଷ ଶର୍ମା

Next Post

ବାଲିଯାତ୍ରାରେ ଭାରତ ମସଲାର ଲକି ଡ୍ର

FNN WEB

FNN WEB

Next Post
ବାଲିଯାତ୍ରାରେ ଭାରତ ମସଲାର ଲକି ଡ୍ର

ବାଲିଯାତ୍ରାରେ ଭାରତ ମସଲାର ଲକି ଡ୍ର

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

June 4, 2026
ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

June 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.