ଭଦ୍ରକ: ଆଜି ସକାଳ ପ୍ରାୟ ୦୬.୩୦ ଘଟିକା ସମୟରେ, ଅବକାରୀ ନିରୀକ୍ଷକ ସୁଶ୍ରୀ ସଂଗୀତା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଭ୍ରାମ୍ୟମାଣ ୟୁନିଟ୍ ଉପ-ନିରୀକ୍ଷକ ରବି ବେହେରାଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ବରପଦା ନିକଟରେ ପେଟ୍ରଲିଂ କରୁଥିବା ସମୟରେ ଏକ ବିଶେଷ ସୁତ୍ରରୁ ଖବର ପାଇ ଆଗରପଡା ଥାନା ଅନ୍ତର୍ଗତ କାଦବରାଙ୍ଗ ନିକଟରୁ ଏକ ମହିନ୍ଦ୍ରା ବୋଲେରୋ ପିକଅପ୍ ଯାହାର ରେଜିଷ୍ଟ୍ରେସନ ନମ୍ବର ଓଡି-୦୪-ଜି-୨୭୮୩ ଏବଂ ୨୦୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ପୁରୁଣାବଜାର ଥାନା ଅନ୍ତର୍ଗତ ଗରଦପୁର ଗ୍ରାମର ରିଆଜ୍ ଅହମଦ କାଦ୍ରୀ ଓ ମିର୍ଜାପୁର ପଠାଣ ସାହି ରୁ ସେହବାଜ୍ କାଦ୍ରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି । ଜବତ ହୋଇଥିବା ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ଦଶ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ କନେଷ୍ଟବଳ ସୁବାସିସ୍ ରାଉତ୍,ମିଥୁନ ଜେନା, ଅଜୟ କୁମାର ଦାସ ପ୍ରଭୃତି ସାମିଲ ଥିଲେ । ଏନେଇ ଭଦ୍ରକ ଭ୍ରାମ୍ୟମାଣ ୟୁନିଟ୍ ପକ୍ଷରୁ କେସ ନଂ: ୩୫୧/୨୪-୨୫ ମୂଳେ ଏକ ମାମଲା ରୁଜ୍ଜୁ କରାଯାଇଛି ।














