ବିଗତ ସରକାରରେ ମନ୍ତ୍ରୀମାନେ ନିଜକୁ ଅସହାୟ ମନେ କରୁଥିଲେ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିର ଉଷ୍ଣତା ବୃଦ୍ଧି ପାଇଛି। ବିଜେଡିକୁ ଚକମା ଓ ଶକ୍ତଧକ୍କା ଦେଇଛନ୍ତି ଦିବଂଗତ ବିଜେଡିକୁ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆ । ସେ ନିଜ ପରିବାର ସଦସ୍ୟ ଓ ସମର୍ଥକମାନଙ୍କ ସହ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ସଭାପତି ମନମୋହନ ସାମଲ ଏବଂ ଅନ୍ୟ ଦଳୀୟ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ଦଳ ସଭାପତି ମନମୋହନ ସାମଲ ତାଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ। ବିଜେପି ଦଳରେ ମତେ ସାମିଲ କରିଥିବାରୁ, ସମସ୍ତ ନେତୃମଣ୍ଡଳୀଙ୍କୁ ଜୟ ଧନ୍ୟବାଦ ଜଣାଇଛନ୍ତି। ବିକାଶ ଧାରା ଏକ ନିରନ୍ତର ପ୍ରକ୍ରିୟା। ନୂଆପଡା ଭଳି ଏକ ଉପାନ୍ତ ଅଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ମୋର ସ୍ବର୍ଗତ ପିତାଙ୍କ ଯେଉଁସବୁ ସ୍ବପ୍ନ ରହିଥିଲା ତାକୁ ପୂରଣ କରିବା ପାଇଁ ମୋର ବିଜେପିରେ ଯୋଗଦାନ। ମୋ ସ୍ବର୍ଗୀୟ ପିତାଙ୍କ ପରି ସମାଜସେବା କରିବା ମୋର ଦୃଢ ସଂକଳ୍ପ। ଦଳ ମତେ ଯେଉଁ ଦାୟିତ୍ୱ ଦେବ ମୁଁ ତାକୁ ନିଷ୍ଠାର ସହ ତୁଲାଇବି ବୋଲି ସେ କହିଛନ୍ତି।
ମିଶ୍ରଣ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ବିଗତ ସରକାରରେ ମନ୍ତ୍ରୀମାନେ ନିଜକୁ ଅସହାୟ ମନେ କରୁଥିଲେ। ନୂଆପଡା ଉପନିର୍ବାଚନରେ ଜୟ ଢୋଲକିଆ ପ୍ରମୁଖ ଭୂମିକା ଗ୍ରହଣ କରିବେ ଏବଂ ନୂଆପଡାର ବିକାଶ କରିବେ ବୋଲି ଆଶା ଓ ବିଶ୍ୱାସ। ପିତାଙ୍କ ଋଣ ପୂତ୍ର ସୁଝିଥାଏ । ପିତାଙ୍କ ଅଧୁରା ସ୍ବପ୍ନ ପୁଅ ପୂରା କରିବ। ଜୟ ଢୋଲକିୟାଙ୍କ ସମେତ ତାଙ୍କର ପରିବାର ଏବଂ ସମର୍ଥକଙ୍କୁ ସ୍ୱାଗତ। ଆଜି ଆମ ପାଇଁ ଏକ ଗୌରବର ମୁହୂର୍ତ୍ତ। ବିଜେପିର ନୀତି, ଆଦର୍ଶ, ବିଚାର, ଏବଂ ପ୍ରଗତିର ବାସ୍ତବ ଚିତ୍ରକୁ ଦେଖି ଅନେକ ଲୋକ ଦଳରେ ମିଶିବାର ଦୃଷ୍ଟାନ୍ତ ଆଗରୁ ମଧ୍ୟ ରହିଛି। ସେହିଭଳି ଜଣେ ନେତା ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର ତାଙ୍କ ପିତାଙ୍କ ଦେହାନ୍ତ ପରେ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଜୟ ଢୋଲକିଆ ନିଶ୍ଚିତ ବିଚାର କରିଥିବେ କି ବିଗତ ୧୬ ମାସ ଭିତରେ ବିଜେପି ସରକାର ନିଜର ସମସ୍ତ ପ୍ରତିଶ୍ରୁତି ପୂରଣ କରିଛି।
ଜୟ ଢୋଲକିଆଙ୍କ ବିଜେପିରେ ଯୋଗଦାନ ଓଡିଶା ସମେତ ବିଶେଷ ଭାବରେ ନୂଆପଡା ପାଇଁ ଗୁରୁତ୍ୱପୂର୍ଣ୍ଣ । ଆମ ଦଳର ସମସ୍ତ ସଦସ୍ୟଙ୍କ ସହମତିରେ ଜୟ ଢୋଲକିଆଙ୍କୁ ଦଳ କୋଳେଇ ନେଇଛି। ନୂଆପଡାରେ ସ୍ବର୍ଗତ ରାଜୁ ବାବୁଙ୍କ ଅନେକ ସ୍ବପ୍ନ ଅଧୁରା ରହିଯାଇଛି। ତାଙ୍କର ଅନେକ ରାଜନୈତିକ ପ୍ରତିଦ୍ବନ୍ଦୀ ଥିଲେ ମାତ୍ର କେହି ଶତ୍ରୁ ନଥିଲେ। ପୂର୍ବ ସରକାରକୁ ପୁଣି ଟାର୍ଗେଟ ମୁଖ୍ୟମନ୍ତ୍ରୀ କହିଛନ୍ତି, କହିଲେ ସ୍ବର୍ଗତ ରାଜୁବାବୁ ଅନେକ ସମସ୍ୟାର ସମାଧାନ ପାଇଁ ଅସହାୟ ମନେ କରୁଥିଲେ। କାରଣ ସେ ସମୟରେ ସମସ୍ତ ମନ୍ତ୍ରୀ ନିଜକୁ ଅସହାୟ ମନେ କରୁଥିଲେ। ନିଜ ଦଳର ସରକାର ଥାଇ ନିଜେ ଜଣେ ବରିଷ୍ଠ ନେତା ହୋଇ ମଧ୍ୟ ଅନେକ ସମୟରେ ସ୍ବର୍ଗତ ଢୋଲକିଆ ନିଜ ଅଞ୍ଚଳରେ ଲୋକଙ୍କର ସମସ୍ୟା ସମାଧାନ କହିବାକୁ ଯାଇ ଅସହାୟ ହୋଇଥିଲେ। ନୂଆପଡାର ବିକାଶର ସ୍ବପ୍ନ ପୁରା କରିବ ବିଜେପି। କୌଣସି ପ୍ରଲୋଭନ କିମ୍ବା ଜୋର ଜବରଦସ୍ତି କରି ଜୟ ଢୋଲକିଆଙ୍କୁ ଦଳରେ ମିଶା ଯାଇନାହିଁ। ସେ ନିଜେ ନିଜ ସ୍ୱ-ଇଛାରେ ଦଳରେ ସାମିଲ ହୋଇଛନ୍ତି। କେନ୍ଦ୍ର ସ୍ୱୀକୃତି ପରେ ଜଣେ ଯୁବ ନେତୃତ୍ୱ ଆଜି ଦଳରେ ସାମିଲ ହୋଇଛନ୍ତି।














